ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପରଲୋକରେ ILS ନିର୍ଦ୍ଦେଶକଙ୍କ ଅଜୟ ପରିଡା । ତେବେ ଗୌହାଟୀରେ ଡାକ୍ତର ଅଜୟ ପରିଡାଙ୍କ ଦେହାନ୍ତ ହୋଇଛି । ତାଙ୍କ ପରଲୋକ ନେଇ ILS ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ୍ୟୁବେଳକୁ ଅଜୟ ପରିଡ଼ାଙ୍କୁ ୫୮ବର୍ଷ ହୋଇଥିବା ଜଣାପଡିଛି । ସେପଟେ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଗୌହାଟୀରେ ଚାଲିଥିବା ଏକ ପ୍ରେସ୍‌ କନ୍‌ଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ।

ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । କିନ୍ତୁ କଣ ପାଇଁ ଅଜୟ ପରିଡ଼ାଙ୍କ ମୃତ୍ୟୁ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହୁଏତ ଆଉ କିଛି ସମୟ ପରେ ILS ନିର୍ଦ୍ଦେଶକଙ୍କ ମୃତ୍ୟୁ କିପରି ହେଲା , ସେନେଇ ସ୍ପଷ୍ଟ ସୂଚନା ମିଳିପାରେ । ଅନ୍ୟପଟେ ରାଜ୍ୟରେ କୋଭିଡ଼ ମହାମାରୀ ସମୟରେ ILS ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା ପରୀକ୍ଷଣର ତାଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ସତର୍କ କରାଉଥିଲେ ଅଜୟ ପରିଡ଼ା ।