ଦେଶରେ ଦୋଳି ଖେଳୁଛି ସଂକ୍ରମଣ: ୨୪ ଘଣ୍ଟାରେ ୧୫୫୨୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଦୈନିକ ସଂକ୍ରମଣ ଦୋଳି ଖେଳୁଛି । କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୫୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୯ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ୧୪୩୬୫୪ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୩୧ ଲକ୍ଷ ୧୩ ହଜାର ୬୨୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ୫୨୫୭୮୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Related Posts