ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଜିତ ପାୱାରଙ୍କ ମୃତ୍ୟୁ ପରେ ପ୍ରଥମଥର ମୁହଁ ଖୋଲିଲେ ପତ୍ନୀ ସୁନେତ୍ରା ପାୱାର । ନିରପେକ୍ଷ ତଦନ୍ତ ପାଇଁ କଲେ ଦାବି । ତେବେ ବାରାମତି ବିଧାନସଭା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ, ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। ଏଥିରେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ନିଜେ ମଧ୍ୟ ଉପସ୍ଥିତ ଥିଲେ। ବାରାମତି ବିଧାନସଭା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ ସୁନେତ୍ରା ସ୍ୱାମୀ ଅଜିତଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଉପରେ ଖୋଲାଖୋଲି ଭାବରେ କଥା ହୋଇ କହିଥିଲେ, ଏହି ଘଟଣା ସମ୍ପର୍କରେ ତାଙ୍କ ମନରେ ମଧ୍ୟ ଅନେକ ସନ୍ଦେହ ଆଉ ପ୍ରଶ୍ନ ଅଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ। ସେପଟେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ, ତାଙ୍କ ପୁତୁରା ରୋହିତ ପାୱାର ନିରପେକ୍ଷ ତଦନ୍ତ ଦାବି କରି ଏକ ଅଭିଯାନ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରରେ କୌଣସି ଏଫ୍‌ଆଇଆର୍ ରୁଜୁ ନହେବା ପରେ ସେ କର୍ଣ୍ଣାଟକରେ ଜିରୋ ଏଫ୍‌ଆଇଆର୍ ଦାଖଲ କରିଥିଲେ। ସୁନେତ୍ରା କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ର ସରକାର ପୂର୍ଣ୍ଣ ସମର୍ଥନ ଦେଉଛନ୍ତି, କିନ୍ତୁ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ତାଙ୍କୁ ମଞ୍ଚରୁ ଆଶ୍ୱାସନା ଦେଇଥିଲେ ଯେ ସତ୍ୟ ପ୍ରକାଶ ନ ହେବା ପର୍ଯ୍ୟନ୍ତ ସରକାର ବିଶ୍ରାମ ନେବେ ନାହିଁ। ଜନସଭାକୁ ସମ୍ବୋଧିତ କରିବା ସମୟରେ ସୁନେତ୍ରା ଅଜିତ ପାୱାରଙ୍କ ଜୀବନ ଏବଂ ରାଜନୈତିକ ଯାତ୍ରା ଉପରେ ଆଧାରିତ ଏକ ସଂଗ୍ରହାଳୟ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବ ବୋଲି ସେ କହିଥିଲେ।