
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆସାମ ରାଜନୀତିରେ ପ୍ରଥମ । ଆସାମର ଅଖିଳ ଗୋଗେଇ ହେଉଛନ୍ତି ପ୍ରଥମ ନେତା ଯିଏକି ନିର୍ବାଚନ ବେଳେ କୌଣସି ପ୍ରଚାର ନକରି ବିଜୟୀ ହୋଇଛନ୍ତି । ସେ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଅଧିନିୟମ କୁ ବିରୋଧ କରି ୨୦୧୯ ଡେିସେମ୍ବରରେ ଦେଶଦ୍ରୋହ ମାମଲା ଲାଗିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗୋଗେଇ ବର୍ତ୍ତମାନ ଗୌହାଟି ଜେଲରେ ଅଛନ୍ତି । ସେ ଜେଲରେ ସଜାକାଟୁଥିବା ବେଳେ ବିଧାୟକ ଭାବରେ ଶପଥ ଗ୍ରହଣ କରିଛନ୍ତି । ନବ ଗଠିତ ଆସାମ ବିଧାନସଭାର ପ୍ଥମ ଅଧିବେଶନ ପୂର୍ବରୁ ଅସ୍ଥାୟୀ ବାଚସ୍ପତି ବା ପପ୍ରରରାଟେମ୍ ସ୍ପିକର ଫନୀ ଭୂଷଣ ଚୌଧୁରୀ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା , ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓାଲ ଏବଂ ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ଦେବ ବ୍ରତ ସାଇକିଆଙ୍କ ସମେତ ୧୨୬ ଜଣ ସଦସ୍ୟ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ । ଏହି ଶପଥପାଠ ବେଳେ ରାଜ୍ୟବାସୀଙ୍କର ନଜର ଥିଲା ରାଇଜର ଦଳର ପ୍ରତିଷ୍ଠାତା ଅଖିଳ ଗୋଗେଇଙ୍କ ଉପରେ । ଯିଏକି ଜେଲରେ ଅଛନ୍ତି । କେର୍ଟଙ୍କ ନିଦ୍ଦେର୍ଶ କ୍ରମେ ସେ ବିଧାନସଭା ଆସି ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ । ଗୋଗେଇ ଶିବସାଗର ବିଧାନ ସଭା ଆସନରେ ବିଜେପି ପାର୍ଥୀ ସୁରଭୀ ରାଜକନୱରଙ୍କୁ ପରାସ୍ତ କରିଥିଲେ ।