ସାବଧାନ ! 16ରୁ ଘର ହେବ ଅନ୍ଧାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବକେୟା ବିଲ୍ ନଦେଲେ ଘରୁ କଟାଯିବ ଲାଇନ୍ । ପୂର୍ବରୁ ସେସୁ CEO ଲାଇନ କଟାଯିବା କହିଥିବା ବେଳେ ଆଜି ପୁଣି ଥରେ ଏହାକୁ ମନେ ପକେଇଦେଇଛନ୍ତି ସେସୁର ସିନିଅର ଜେନେରାଲ ମ୍ୟାନେଜର ମନୋଜ ସିଂହ । ବିଲ୍‌ ନଦେଲେ ଆସନ୍ତା ୧୬ ତାରିଖରୁ କଟାଯିବ ଲାଇନ । କିନ୍ତୁ ସଂପୂର୍ଣ୍ଣ ଗାଁରେ ବିଜୁଳି କଟାଯିବ ନାହିଁ ବରଂ ଯେଉଁମାନେ ବିଜୁଳି ବିଲ୍ ଦେଇନଥିବେ, ସେମାନଙ୍କର ବିଜୁଳି କଟାଯିବ ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଯିଏକି ଜାଣିଶୁଣି ବିଜୁଳି ବିଲ୍ ପୈଠ କରିନାହାନ୍ତି ସେମାନଙ୍କ ଲାଇନ କଟାଯିବ । ସେସୁ ଅଧିନରେ ଥିବା ୯ଟି ଜିଲ୍ଲାରେ ୪୧୩ଟି ସ୍କ୍ୱାର୍ଡ଼ ବିଦ୍ୟୁତ୍‌ କାଟିବା କାମ କରିବେ। ଏଣୁ ବକେୟା ରଖିଥିବା ଉପଭୋକ୍ତା ୨ ଦିନ ଭିତରେ ବିଲ୍ ପୈଠ କରିବାକୁ ସେ କହିଛନ୍ତି ।

Related Posts