ମିଛ ଧରିଲେ ସତ୍ୟ ପ୍ରକାଶ: ଫସିଲେ ଦିବ୍ୟଶଙ୍କର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ସରଣକୁଳ ଥାନା ଖଲିପାଟଣା ଗାଁର ପ୍ରାୟ ୧୫ ପରିବାର ୨୦୦୭ ମସିହାରୁ କଙ୍ଗାରୁ କୋର୍ଟର ଶିକାର ହୋଇ ଗାଁ ବାହାରେ ରହୁଛନ୍ତି । ଏହି ଘଟଣାକୁ ପ୍ରଦେଶ କଂଗ୍ରେସ ତୀବ୍ର ନିନ୍ଦା କରିଛି କଂଗ୍ରେସ । ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଏହି ଘଟଣା ବିଧାନସାଭରେ ଉଠାଇଥିଲେ ରଣପୁର ବିଧାୟକ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଯେଉଁ ତଥ୍ୟ ରଖିଥିଲେ, ତାହା ସମ୍ପୂର୍ଣ୍ଣ ମିଥ୍ୟା । ଗୃହକୁ ମିଥ୍ୟା ତଥ୍ୟ ଦେଇ ଭ୍ରମିତ କରିଥିବାରୁ ପ୍ରଥମେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

ସୂଚନା ଅନୁସାରେ ୨୦୦୭ ମସିହାରୁ ନୟାଗଡ ଜିଲ୍ଲା ଶରଣକୁଳ ଥାନା ଖଲିପାଟଣା ଗାଁର ୧୫ଟି ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇ ୧୩ ବର୍ଷ ହେଲା ବାହାରେ ରହୁଛନ୍ତି । ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ମାନବାଧିକାର କମିଶନ, ହାଇକୋର୍ଟ, ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ ପରେ ବିଭିନ୍ନ ସମୟରେ ରାଜ୍ୟ ମାନବାଧିକାର ଓ ଉଚ୍ଚ ନ୍ୟାୟାଳୟ ଗାଁରେ ଶାନ୍ତି ଫେରିବା ସହିତ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଗୁଡିକୁ ଗାଁରେ ପୁନଃ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିବା ପରେ ଶେଷରେ ଜାତୀୟ ମାନବାଧିକାର କମିଶନ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପି.ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ କଙ୍ଗାରୁ କୋର୍ଟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛି ବୋଲି ଜବାବ ତଲବ କରିଥିଲେ ।

5-ଟି ସରକାର ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ ନିଜ ଦଳର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ମାଧ୍ୟମରେ ପ୍ରଶ୍ନ କଲେ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ମାଧ୍ୟମରେ ଯେଉଁ ଉତ୍ତର ଆସିଲା, ତାହା ବାସ୍ତବ ସ୍ଥିତିଠାରୁ ସଂପୂର୍ଣ୍ଣ ଭିନ୍ନ । କଙ୍ଗାରୁ କୋର୍ଟର ଶିକାର ହୋଇଥିବା ଦୁଇ ପରିବାର ଖଲିପାଟଣା ଗାଁରେ ରହୁଥିବା ବିଧାନସଭାରେ କହିଥିଲେ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

 

ସେପଟେ ବିଧାନସଭାରେ ଗୃହମନ୍ତ୍ରୀ ସମ୍ପୂର୍ଣ୍ଣ ମିଛ କହିଥିବା କହିଛନ୍ତି ଉକ୍ତ ପରିବାରର ଦୁଇ ମହିଳା ନିରୁପମା ଜେନା ଏବଂ ସରସ ପ୍ରଧାନ । ଆମେ ଏବେ ମଧ୍ୟ ବାହାରେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛୁ ବୋଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Related Posts