ମାଲେସିଆ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ଆଳିର ଯୁବକ

ଆଳି: ଭିସା ଅବଧି ଶେଷ ହୋଇଯାଇଛି । ଶେଷରେ ଗିରଫ ହୋଇ ଅଢେଇ ମାସ ହେବ ମାଲେସିଆର ଏକ ଜେଲରେ ଅଛନ୍ତି କେନ୍ଦ୍ରାପଡା ଆଳିର ଅଶୋକ ନାମକ ବ୍ୟକ୍ତି । ପାଇପ କାମ କରିବା ପାଇଁ ମାଲେସିଆ ଯାଇଥିଲେ ଅଶୋକ । ତିନି ମାସିଆ ଟୁରିଷ୍ଟ ଭିସାରେ ଯାଇଥିଲେ ଏହାରି ଭିତରେ ରେଗୁଲାର ଭିସା ହୋଇଯିବ ବୋଲି ଏଜେଣ୍ଟ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏହା ସୁଫଳ ହୋଇନଥିବା ଅଭିଯୋଗ କରିଛନ୍ତି ଅଶୋକଙ୍କ ପରିବାର ଲୋକେ ।

ବଡ଼ଆଙ୍କୋ ଗ୍ରାମର କୈଳାସ ମଲିକଙ୍କ ପୁଅ ଅଶୋକ(୩୦) ୨୦୧୭ ଡିସେମ୍ବରରେ ମାଲେସିଆକୁ ପାଣି ପାଇପ କାମ କରିବାକୁ ଯାଇଥିଲେ। ସ୍ଥାନୀୟ ସିଙ୍ଗିରି ଗ୍ରାମର ରଙ୍ଗାଧର ଦାସ କୈଳାସଙ୍କଠାରୁ ୯୦ ହଜାର ଟଙ୍କା ନେଇ ଅଶୋକଙ୍କୁ ମାଲେସିଆ ପଠାଇଥିଲେ। ଟୁରିଷ୍ଟ ଭିସାର ଅବଧି ଶେଷ ହେବା ପରେ ଗତ ଅଗଷ୍ଟ ୩୧ରୁ ମାଲେସିଆ ପୋଲିସ ଅଶୋକଙ୍କୁ ଗିରଫ କରିଛି। ପୁଅକୁ ଘରକୁ ଫେରାଇ ଆଣିବାକୁ ପରିବାର ଲୋକେ ଆଳି ଥାନା, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

Related Posts