ମାର୍ଚ୍ଚ ୨୮ରୁ ରାଜ୍ୟରେ ଖୋଲିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର: SOP ଜାରି କଲେ ରାଜ୍ୟ ସରକାର

ରାଜ୍ୟରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର। ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ମାର୍ଚ୍ଚ ୨୮ ତାରିଖରୁ ଖୋଲିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର। ଏଥିପାଇଁ SOP ଜାରି କରିଛନ୍ତି ରାଜ୍ୟ ସରକାର।

ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନବାଡ଼ି କେନ୍ଦ୍ର। ଯଦି କୌଣସି ଠାରେ ଅସୁବିଧା ଥାଏ, ତାହାହେଲେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ସବୁ ଅଙ୍ଗନବାଡି କର୍ମୀ ସମ୍ପୂର୍ଣ୍ଣ କୋଭିଡ୍‌ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇ ନ ଥାନ୍ତି, ତାହାହେଲେ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ, ଧୀରେ ଧୀରେ ସବୁ ସ୍ଵାଭାବିକ ହେବାରେ ଲାଗିଛି । କରୋନା କଟକଣା କୋହଳ ହୋଇଚି । ଏହାରି ମଧ୍ୟରେ ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ନିଷ୍ପତି ନେଇଥିବା ବେଳେ, ଏବେ ଅଙ୍ଗନବାଡ଼ି ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଆସନ୍ତା 28 ତାରିଖରୁ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ sop ଜାରି କରାଯାଇଛି ।

Related Posts