ଭଗବାନଙ୍କ ପାଖରେ ସମସ୍ତେ ସମାନ, ଜାତି-ବର୍ଣ୍ଣ ସବୁ ପଣ୍ଡିତ ମାନେ ସୃଷ୍ଟି କରିଛନ୍ତି: ମୋହନ ଭାଗବତ

ଭୁବନେଶ୍ୱର,୬/୨(ସତ୍ୟପାଠ ବ୍ୟୁରୋ): ଜାତିବାଦକୁ ନେଇ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ଏକ ବଡ଼ ବୟାନ ଦେଇଛନ୍ତି । ମୁମ୍ବାଇରେ ସେଣ୍ଟ ଶିରୋମଣି ରୋହିଦାସ ଜୟନ୍ତୀ ଉପରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଭାଗବତ କହିଛନ୍ତି ଯେ, ଆମ ସମାଜକୁ ଭାଗ ଭାଗ କରି ଅନ୍ୟମାନେ ଫାଇଦା ଉଠାଇଛନ୍ତି । ଯାହାର ଫାଇଦା ନେଇ ଆମ ଦେଶ ଉପରେ ଆକ୍ରମଣ କରିଛନ୍ତି, ବାହାର ଲୋକ ଲାଭ ପାଇଛନ୍ତି । ଆମେ ସମସ୍ତ ଦେଶ, ସମାଜ ପାଇଁ କାମ କରୁଛୁ । ଯେତେବେଳେ ସମସ୍ତେ ସମାଜ ପାଇଁ କାମ କରୁଛୁ ତ କିଏ ଛୋଟ, କିଏ ବଡ଼ କେମିତି ହେବ ? ବୋଲି ସେ କହିଛନ୍ତି।

ମୋହନ ଭାଗବତ ଆହୁରି କହିଛନ୍ତି ଯେ, ଭଗବାନ ସବୁବେଳେ କହିଛନ୍ତି ମୋ ପାଇଁ ସମସ୍ତେ ସମାନ । କୌଣସି ଜାତି, ବର୍ଣ୍ଣ ନାହିଁ । କିନ୍ତୁ ବ୍ରାହ୍ମଣ ପଣ୍ଡିତ ଶ୍ରେଣୀ ବା ବର୍ଗ ତିଆରି କରିଛନ୍ତି । ଯାହାକି ଭୁଲ୍ ଅଟେ । ଦେଶରେ ବିବେକ, ଚେତନା ଗୋଟିଏ । ଯେଉଁଥିରେ କୌଣସି ପାର୍ଥକ୍ୟ ନାହିଁ । ହିନ୍ଦୁ ଓ ମୁସଲମାନ ସମସ୍ତେ ସମାନ ବୋଲି କହିଛନ୍ତି ମୋହନ ଭାଗବତ ।

ସେହିଭଳି ଗତ କିଛିଦିନ ତଳେ ମୋହନ ଭଗବତ ଆଉ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ଛତିଶଗଡ଼ର ଅମ୍ବିକାପୁର ଠାରେ ସଂଘର ସ୍ୱୟଂସେବକଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଭାଗବତ କହିଥିଲେ ଯେ, ଭାରତରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ହିନ୍ଦୁ । ପ୍ରତ୍ୟେକ ଭାରତୀୟଙ୍କ ଡିଏନଏ ସମାନ । ତେଣୁ ପୂଜା ରୀତିନୀତି ପଦ୍ଧତି ରେ କାହାର କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ । ବିବିଧତା ମଧ୍ୟରେ ଏକତା ବଜାୟ ରଖିବା ହେଉଛି ଭାରତର ପୁରୁଣା ବୈଶିଷ୍ଟ୍ୟ । ହିନ୍ଦୁତ୍ୱ ହେଉଛି ବିଶ୍ୱର ଏକମାତ୍ର ଧାରଣା, ଯାହା ସମସ୍ତଙ୍କୁ ଏକତ୍ର ଯୋଡ଼ିବାରେ ବିଶ୍ୱାସ କରେ ବୋଲି ସେ କହିଥିଲେ ।

Related Posts