ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍: ଜିଲ୍ଲାପାଳ

ଛତ୍ରପୁର : ରାଜ୍ୟରେ ବର୍ଷା ଲାଗିରହିଥିବା ବେଳେ, ଅନେକ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ହୀରାକୁଦ ଜଳଭଣ୍ଡାରr ଗେଟ୍ ମଧ୍ଯ ଖୋଲା ଯାଇଛି ।

ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍ କରିଛନ୍ତି। ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ କୌଣସି କର୍ମଚାରୀ ନିଜ ସଦର ମହକୁମା ଛାଡ଼ି ଯାଇପାରିବେ ନାହିଁ। ନିହାତି ଛୁଟିର ଆବଶ୍ୟକ ଥିଲେ ଜିଲ୍ଲାପାଳଙ୍କ ଅନୁମତି ନିଆଯାଇପାରିବ। ଏହାପରେ ସେମାନେ ଛୁଟିରେ ଯାଇପାରିବେ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ନି‌ର୍ଦ୍ଦେଶନାମା ଜାରି ହୋଇଛି ।

Related Posts