ଡିଏସପିଙ୍କୁ ଟ୍ରକ ଚଢ଼ାଇ ମାରିଦେବା ଘଟଣା: ଏହା ଏକ ଷଡଯନ୍ତ୍ର ଥିଲା, ମୃତ ଡିଏସପିଙ୍କ ଭାଇ

ନୂଆଦିଲ୍ଲୀ: ଡିଏସପିଙ୍କୁ ଟ୍ରକ ଚଢ଼ାଇ ଖଣି ମାଫିଆ ମାରିଦେବା ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବେଆଇନ ଖନନ ହେଉଥିବାର ସୂଚନା ପାଇ ଯାଞ୍ଚ ପାଇଁ ଯାଇଥିବା ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ଉପରେ ପଥର ବୋଝେଇ ଟ୍ରକ ଚଢ଼ାଇ ଖଣି ମାଫିଆମାନେ ତାଙ୍କୁ ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ସୁରେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଥିବା । ତେବେ ତାଙ୍କ ମୃତ୍ୟୁ କୁ ନେଇ ତାଙ୍କ ପାଇଁ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଭାଇ ଙ୍କୁ ଜାଣି ଶୁଣି ହତ୍ୟା କରଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏହା ଏକ ହତ୍ୟା ଜନିତ ଷଡ଼ଯନ୍ତ୍ର ଥିଲା ବୋଲି ସେ କହିଛନ୍ତି । ସୁରେନ୍ଦ୍ର ସିଂହଙ୍କ ଭାଇ ମଖନ ସିଂହ।

ମଖନ ସିଂ ସେହି ଅଞ୍ଚଳର ଖଣି ବିଭାଗ ଏବଂ ଷ୍ଟେସନ ହାଉସ ଅଫିସର (ଏସଏଚଓ)ଙ୍କ ବିରୋଧରେ ସିବିଆଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।ତାଙ୍କ କହିବା ମୁତାବକ, ଖନନ କାମ ଦେଖିବା ପାଇଁ ଖଣିକୁ ଯିବା ମୋ ଭାଇର କାମ ନଥିଲା। ତାଙ୍କ ପାଖକୁ ଏକ କଲ ଆସିବା ପରେ ସେ ସେଠାକୁ ଯାଇଥିଲେ। କିନ୍ତୁ ମୋ ଭାଇଙ୍କ ପରିବର୍ତ୍ତେ ଏସଏଚଓ ସେଠାକୁ ଯିବାର ଥିଲା। ଏହା ପଛରେ ଏକ ବିରାଟ ଷଡଯନ୍ତ୍ର ରହିଛି। ଏସଏଚଓ ଏବଂ ଖଣି ବିଭାଗକୁ ଅନୁସନ୍ଧାନର ପରିସରଭୁକ୍ତ କରାଯିବା ଉଚିତ୍। ମୋ ଭାଇଙ୍କ ପାଖକୁ ଆସିଥିବା କଲକୁ ଟ୍ରେସ କରାଯିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ଘଟଣାଟି ନୁହ ଜିଲ୍ଲାର ତାବଡୁ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଗାଁ ପଚଗାଓଁରେ ଘଟିଥିଲା। ଡିଏସପି ସୁରେନ୍ଦ୍ର ସିଂ ଗ୍ରାମକୁ ଲାଗିଥିବା ଅରବାଲି ପାହାଡରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ପାଇଥିଲେ। ଏହା ପରେ ସେ ମଙ୍ଗଳବାର ଦିନ ୧୧ଟା ସମୟରେ ତାଙ୍କ ଟିମ ସହ ସେଠାରେ ପହଞ୍ଚିଥିଲେ। ପୁଲିସ୍ ଟିମ୍ ଦେଖି ଟ୍ରକ ଡ୍ରାଇଭର ଏବଂ ଖଣି କାର୍ଯ୍ୟରେ ନିୟୋଜିତ ଲୋକମାନେ ପାହାଡ ନିକଟରେ ଠିଆ ହୋଇଥିବା ଟ୍ରକ ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ଗାଡି ଅଟକାଇବା ପାଇଁ ଡିଏସପି ଆଗକୁ ଆସିବା ପରେ ଟ୍ରକ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଫଳରେ ଟ୍ରକର ଚକା ତଳେ ଚାପି ହୋଇଯିବାରୁ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା

Related Posts