ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଇଭି ବ୍ୟବହାରକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିବାର ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଅର୍ଥନୀତି ସୁରକ୍ଷା ପାଇଁ ସୁନା, ତେଲ କମ୍ ବ୍ୟବହାର, ବୈଦେଶିକ ଗସ୍ତ ବର୍ଷକ ପାଇଁ ନକରିବାକୁ ନିବେଦନ କରିଛନ୍ତି । ଆଜିର ଦିନର ଆବଶ୍ୟକତା ହେଉଛି ଇଭି । ଅଧିକରୁ ଅଧିକ ଇଭି ବ୍ୟବହାର କରନ୍ତୁ । ୱାର୍କ ଫର୍ମ ହୋମ୍କୁ ଗୁରୁତ୍ଵ ଦେବା । ଯାହାଦ୍ୱାରା ଆମ ଦେଶର ଅର୍ଥନୀତି ସୁରକ୍ଷିତ ରହିବ ।

ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି । ଏହା ସହ ମୁଁ ଏଣିକି ସରକାରୀ ବସରେ ଯିବି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ପ୍ରୋଟୋକଲକୁ ଦୃଷ୍ଟିରୁ ପାଇଲଟିଂ ଗାଡି ଯିବ । ମୋ ଗସ୍ତ ସମୟରେ ତିନୋଟି ଗାଡି ଯାଉଥିଲା, ଏବେ କିନ୍ତୁ ଗୋଟିଏ ଗାଡିରେ ଯିବି । ପ୍ରଧାନମନ୍ତ୍ରୀଙ୍କ ନିବେଦନ ଆମ ଠାରୁ ପ୍ରତିଫଳନ ହେବା ଆବଶ୍ୟକ । ୨୦୨୮ ପର୍ଯ୍ୟନ୍ତ ଇଭି ଗାଡି କିଣା ସବସିଡିକୁ ବୃଦ୍ଧି କରାଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।