ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଏନ୍ ରଙ୍ଗାସାମୀ। ଶପଥ ଗ୍ରହଣ ସମାରୋହ ଲୋକଭବନରେ ଅନୁଷ୍ଠିତ ହୋଇଥିଲା। ଲେଫ୍ଟନାଣ୍ଟ ଗଭର୍ଣ୍ଣର କେ. କୈଳାସନାଥନ ପୂର୍ବାହ୍ନ ୯:୪୭ରେ ଶପଥ ପାଠ କରାଇଥିଲେ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୀତିନ ନବୀନ ବିମାନବନ୍ଦରରୁ ରଙ୍ଗାସାମୀଙ୍କ ସହିତ ଏକ ରୋଡଶୋରେ ଅଂଶଗ୍ରହଣ କରିଥିଲେ। ୭୬ ବର୍ଷ ବୟସ୍କ ରଙ୍ଗାସାମୀ ପୁଡୁଚେରୀର ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ।
