(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆରଏସଏସ ମୁଖ୍ୟ ମୋହନ ଭଗବତ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି କହିଛନ୍ତି ଯେ , ସବୁ ଭାରତୀୟଙ୍କ ଡିଏନ୍ଏ ଏକ। ହିନ୍ଦୁ ହୁଅନ୍ତୁ କିମ୍ବା ମୁସ୍ଲିମ୍ ସମସ୍ତ ଭାରତୀୟ ଏକ ବୋଲି ଆର୍ଏସ୍ଏସ୍ ମୁଖ୍ୟ କହିଛନ୍ତି । ଗାଜିଆବାଦ ଠାରେ ଆରଏସ୍ଏସ୍ର ମୁସଲିମ ଶାଖା ‘ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ’ ପକ୍ଷରୁ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ କହିଛନ୍ତି , ଭାରତ ସର୍ବଦା ଶାନ୍ତି, ସଦ୍ଭାବନା ଓ ଏକତାର ମନ୍ତ୍ର ଦେଇ ଆସିଛି। ମୁସଲିମମାନେ ଇସଲାମ ପ୍ରତି ବିପଦ ରହିଛି ବୋଲି ଭୟ ଭିତରେ ଫସି ରହିବା ଆଦୌ ଉଚିତ ନୁହେଁ ବୋଲି ଭାଗବତ କହିଛନ୍ତି। ଭାରତ ବିଶ୍ବଗୁରୁ ହେବା ବର୍ତ୍ତମାନ ବିଶ୍ବ ପାଇଁ ଏକ ବଡ଼ ଆବଶ୍ୟକତା, ନଚେତ୍ ବିଶ୍ବ ପାଇଁ ବିପଦ ବଢ଼ିଯିବ ବୋଲି ସେ କହିଛନ୍ତି। ହିନ୍ଦୁ ମୁସଲିମ ମାନଙ୍କର ପୂଜା କରିବା ପଦ୍ଧତିକୁ ନେଇ ସେମାନଙ୍କ ଭିତରେ କୌଣସି ପ୍ରଭେଦ ଅଛି ବୋଲି ବିଚାରବା ଠିକ୍ ନୁହେଁ। ଯେତେବେଳେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି ସେତେବେଳେ ସଂଖ୍ୟାଗରିଷ୍ଠଙ୍କ ଠାରୁ ପ୍ରତିବାଦର ସ୍ୱର ଶୁଣାଯାଉଛି ।ଗୋ ସୁରକ୍ଷା ନାମରେ ହିଂସା ଅକ୍ଷମଣୀୟ ଏବଂ ଏହି ମାମଲାରେ ଆଇନ ତା ବାଟରେ ଯିବା ଉଚିତ ବୋଲି ଭାଗବତ କହିଛନ୍ତି । ଯେଉଁମାନେ ଗୋ ସୁରକ୍ଷା ନାମରେ ହତ୍ୟା କରୁଛନ୍ତି ସେମାନେ ମଧ୍ୟ ହିନ୍ଦୁ ନୁହନ୍ତି ବୋଲି ଭାଗବତ କହିଥିଲେ । ଲିଞ୍ଚିଂରେ ସାମିଲ ହେଉଥିବା ଲୋକେ ହିନ୍ଦୁତ୍ବ ବିରୋଧୀ ଏବଂ ସେମାନେ ମାନବତାର ବିରୋଧୀ ବୋଲି ଭାଗବତ କହିଛନ୍ତି । ସେ କହିଛନ୍ତି ଯେ ଏକତା ବିନା ଦେଶର ବିକାଶ ସମ୍ଭବ ନୁହେଁ। ହିନ୍ଦୁସ୍ଥାନର ସମ୍ବିଧାନ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଛି। ତେଣୁ ମୁସଲିମ ସଂପ୍ରଦାୟ କାହାକୁ ଭୟ ନକରି ଏକତାର ବାଟରେ ଚାଲିବାକୁ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଖ୍ୱାଜା ଇଫତେକାର ଅହମ୍ମଦଙ୍କ ଲିଖିତ ପୁସ୍ତକ ‘ଦି ମିଟିଂ ଅଫ୍ ମାଇଣ୍ଡସ୍’ ଉନ୍ମୋଚନ କରିଥିଲେ ।
Related Posts
-
Copyright © SatyaPatha2021