ଭାଗବତଙ୍କ ‘ସବୁ ଭାରତୀୟଙ୍କ ‌ଡିଏନ୍‌ଏ ଏକ’ ବୟାନକୁ ନେଇ କଡା ପ୍ରତିକ୍ରିୟା ଦେଲେ ଓୱାଇସି , କହିଲେ – “ହିଂସା ଏବଂ ହତ୍ୟା ଗୋଡସେଙ୍କ ହିନ୍ଦୁତ୍ୱ ଚିନ୍ତାଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆରଏସଏସ ମୁଖ୍ୟ ମୋହନ ଭଗବତ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି କହିଛନ୍ତି ଯେ , ସବୁ ଭାରତୀୟଙ୍କ ‌ଡିଏନ୍‌ଏ ଏକ। ହିନ୍ଦୁ ହୁଅନ୍ତୁ କିମ୍ବା ମୁସ୍‌ଲିମ୍‌ ସମସ୍ତ ଭାରତୀୟ ଏକ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁସଲିମମାନେ ଇସଲାମ ପ୍ରତି ବିପଦ ରହିଛି ବୋଲି ଭୟ ଭିତରେ ଫସି ରହିବା ଆଦୌ ଉଚିତ ନୁହେଁ । ତେବେ ଭାଗବତଙ୍କ ଏହି ଵୟାନକୁ ନେଇ ଏବେ ରାଜନୀତି ଜୋର ଧରିଛି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ପଚାରିଛନ୍ତି, ” ମୋହନ ଭାଗବତ ଜୀ, ଆପଣ କଣ ଆପଣଙ୍କ ଶିଷ୍ୟ, ପ୍ରଚାରକ , ବିଶ୍ୱ ହିନ୍ଦୁ ପରିଷଦ / ବଜରଙ୍ଗ ଦଳର କର୍ମୀ ମାନଙ୍କୁ ମଧ୍ୟ ଏହି ବିଚାର ଦେବ କି ?  ଆପଣ ମୋଦୀ ଜୀ ଏବଂ ବିଜେପିର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଏହି ଶିକ୍ଷା ଦେବେ କି ?” ଏଥି ସହିତ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ମଧ୍ୟ ଭଗବତଙ୍କ ବୟାନ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି । 

ସେ ଟ୍ବିଟ୍ କରି କହିଛନ୍ତି, ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ‘ଲିଞ୍ଚିଂରେ ସାମିଲ ହେଉଥିବା ଲୋକେ ହିନ୍ଦୁତ୍ବ ବିରୋଧୀ’ । ଏହି ଅପରାଧୀମାନେ ଗାଇ ଏବଂ ମଇଁଷି ମଧ୍ୟରେ ପାର୍ଥକ୍ୟ ଜଣା ନାହିଁ , କିନ୍ତୁ ଜୁନାଦ, ଅଖଲାକ୍, ପେହୁଲୁ, ରାକର, ଆଲିମୁଦ୍ଦିନଙ୍କ ନାମ ହିଁ ସେମାନଙ୍କୁ ମାରିବା ପାଇଁ ଯଥେଷ୍ଟ। ଏହି ଘୃଣା ହେଉଛି ହିନ୍ଦୁତ୍ୱର ଫଳ , ଏହି ଅପରାଧୀମାନେ ହେଉଛନ୍ତି ହିନ୍ଦୁତ୍ୱ ସରକାରଙ୍କ ମେରୁଦଣ୍ଡ ।”  ସେ ଆହୁରି ମଧ୍ୟ ଲେଖିଛନ୍ତି, ” ଆଲିମୁଦ୍ଦିନଙ୍କ ହତ୍ୟା ସହ କେନ୍ଦ୍ର ମନ୍ତ୍ରୀଙ୍କ ନାମ ରହିଛି। ଅଖଲକଙ୍କ ହତ୍ୟାକାରୀଙ୍କ ଶରୀର ତ୍ରିରଙ୍ଗା ଲଗାଯାଇଛି, ଯେଉଁଠାରେ ଆସିଫଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ସମର୍ଥନରେ ମହାପଞ୍ଚାୟତ ଡକାଯାଇଛି ଏବଂ ଯେଉଁଠି ବିଜେପି ମୁଖପାତ୍ର ପ୍ରଶ୍ନ କରନ୍ତି ଯେ ଆମେ କ’ଣ ମାରି ପାରିବୁ ନାହିଁ ? ‘ ଓୱାଇସି ଆହୁରି ମଧ୍ୟ କହିଛନ୍ତି ଯେ ଭୟ, ହିଂସା ଏବଂ ହତ୍ୟା ଗୋଡସେଙ୍କ ହିନ୍ଦୁତ୍ୱ ଚିନ୍ତାଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମୁସଲମାନମାନଙ୍କର ଲିଞ୍ଚିଂ ମଧ୍ୟ ଏହି ଚିନ୍ତାଧାରାର ଫଳାଫଳ। ” ସୂଚନାଯୋଗ୍ୟ ଯେ ରବିବାର ଦିନ ଆରଏସ୍‌ଏସ୍‌ର ମୁସଲିମ ଶାଖା ‘ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ’ ପକ୍ଷରୁ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି , ଭାରତ ସର୍ବଦା ଶାନ୍ତି, ସଦ୍‌ଭାବନା ଓ ଏକତାର ମନ୍ତ୍ର ଦେଇ ଆସିଛି। ମୁସଲିମମାନେ ଇସଲାମ ପ୍ରତି ବିପଦ ରହିଛି ବୋଲି ଭୟ ଭିତରେ ଫସି ରହିବା ଆଦୌ ଉଚିତ ନୁହେଁ ବୋଲି ଭାଗବତ କହିଛନ୍ତି। ହିନ୍ଦୁ ମୁସଲିମ ମାନଙ୍କର ପୂଜା କରିବା ପଦ୍ଧତିକୁ ନେଇ ସେମାନଙ୍କ ଭିତରେ କୌଣସି ପ୍ରଭେଦ ଅଛି ବୋଲି ବିଚାରବା ଠିକ୍‌ ନୁହେଁ। ଯେତେବେଳେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି ସେତେବେଳେ ସଂଖ୍ୟାଗରିଷ୍ଠଙ୍କ ଠାରୁ ପ୍ରତିବାଦର ସ୍ୱର ଶୁଣାଯାଉଛି  ।ଗୋ ସୁରକ୍ଷା ନାମରେ ହିଂସା ଅକ୍ଷମଣୀୟ ଏବଂ ଏହି ମାମଲାରେ ଆଇନ ତା ବାଟରେ ଯିବା ଉଚିତ ବୋଲି ଭାଗବତ କହିଛନ୍ତି । ଯେଉଁମାନେ ଗୋ ସୁରକ୍ଷା ନାମରେ ହତ୍ୟା କରୁଛନ୍ତି ସେମାନେ ମଧ୍ୟ ହିନ୍ଦୁ ନୁହନ୍ତି ବୋଲି ଭାଗବତ କହିଥିଲେ । ଲିଞ୍ଚିଂରେ ସାମିଲ ହେଉଥିବା ଲୋକେ ହିନ୍ଦୁତ୍ବ ବିରୋଧୀ ଏବଂ ସେମାନେ ମାନବତାର ବିରୋଧୀ ବୋଲି ଭାଗବତ କହିଥିଲେ । 

Related Posts