
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ଅଫିସ ବାହାରେ ବିସ୍ଫୋରଣ ପରେ ସୁରକ୍ଷା ଏଜେନ୍ସିମାନେ ସଚେତନ ହୋଇଛନ୍ତି। ସେପଟେ ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳାକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି। ଏସବୁ ମଧ୍ୟରେ ହିମାଚଳ ପ୍ରଦେଶରେ ଖାଲିସ୍ତାନୀ ପତାକା ଲଗାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଉଭୟ ଘଟଣା ସୋସିଆଲ ମିଡିଆରେ ବିତର୍କର କାରଣ ହୋଇଛି। ଏକଦା ଆମ୍ ଆଦମୀ ପାର୍ଟିର ଅଂଶବିଶେଷ ଥିବା ଜଣାଶୁଣା କବି ଡକ୍ଟର କୁମାର ମଧ୍ୟ ଏହି ଘଟଣାଗୁଡ଼ିକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବଡ଼ ବୟାନ ଦେଇଛନ୍ତି । ତେବେ ଏହି ସବୁ ହବାର ହିଁ ଥିଲା କାହିଁକିନା ସବୁକିଛି ପୂର୍ବ ନିର୍ଦ୍ଧାରିତ ହୋଇଥିଲା । ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ଏଲପି ପନ୍ଥ ଏକ ଟ୍ୱିଟରେ ଲେଖିଛନ୍ତି, ହିମାଚଳରେ ଖଲିସ୍ଥାନ ପତାକା ଓ ପ୍ରଥମଥର କରି ପଞ୍ଜାବରେ ରକେଟ ମାଧ୍ୟମରେ ଆକ୍ରମଣ ଘଟଣା ଅତ୍ୟନ୍ତ ଚିନ୍ତାଜନକ ।
ଗୁପ୍ତଚର ବିଭାଗର କାର୍ୟ୍ୟାଳୟରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ନିର୍ଭୟରେ ରାଜ୍ୟରେ ଆକ୍ରମଣ କରିବାରେ ଲାଗିଛନ୍ତି । ପଞ୍ଜାବ ସରକାର ଏହି ଘଟଣାକୁ ସାମାନ୍ୟ କହିବା ବଦଳରେ ତଦନ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି । ସେପଟେ ତାଙ୍କ ଟ୍ୱିଟର ଜବାବ ଦେଇ କୁମାର ବିଶ୍ୱାସ ବଡ଼ ବୟାନ ଦେଇଛନ୍ତି । ତେବେ କେତେ ନିରୀହ ଆପଣ ପନ୍ଥ ଜୀ … ଏସବୁ ଘଟିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା । କୁମାର ବିଶ୍ୱାସଙ୍କ ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ହିମାଂଶୁ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଆପଣ ଜନସାଧାରଣଙ୍କୁ କେତେ ମୁର୍ଖ ଭାବୁଛନ୍ତି ସାର୍। କୌଣସି ସରକାର ନିଜ ରାଜ୍ୟରେ ଏସବୁ ଘଟଣା କରିବାକୁ ସମର୍ଥନ ଦେବେ ନାହିଁ । କିନ୍ତୁ ବିରୋଧୀ ବିଜେପି ଦଳ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରିବେ । ଆପଣ ଜଣେ ଅନନ୍ୟ ଦେଶପ୍ରେମୀ ବୋଲି ଲେଖିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।