ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ରାଜ୍ୟର କେତେକ ଡିଗ୍ରୀ କଲେଜ ଗୁଡିକରେ ନିୟମ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ଆଡମିଶନ କରାଯାଇଛି। ଏଥିରେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ରହିଛି। ତେବେ ଏହାକୁ ଗୁରୁତର ସହ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ। ନିୟମ ଉଲଙ୍ଘନ କରିଥିବା ୧୯ ଡିଗ୍ରୀ କଲେଜ୍ଙ୍କୁ ଉଚ୍ଚଶିକ୍ଷା ବିଭାଗ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
ସାମ୍ସ ନିୟମ ଉଲ୍ଲଂଘନ କରି ପିଲାଙ୍କ ଆଡମିଶନ କରିଥିବାରୁ ଉଚ୍ଚ ଶିକ୍ଷା ବିଭାଗ ଏହି ନୋଟିସ ଜାରି କରିଛି। ଆସନ୍ତା ଜାନୁୟାରୀ ୧୧ ତାରିଖ ସୁଦ୍ଧା ଏହି ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୯ କଲେଜ ଅଧ୍ୟକ୍ଷକୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ନିୟମ ଉଲ୍ଲଂଘନ କରି ଆଡମିଶନ କରିଥିବାରୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ଆଶଙ୍କା ରହିଛି। ଏଥିପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ତା ଉପରେ ଉତ୍ତର ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।
