ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ; ଡେପୁଟି କଲେକ୍ଟରଙ୍କ ୯ଟି ଠିକଣାରେ ଭିଜିଲାନ୍ସର ଚଢ଼ାଉ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଗତସିଂପୁରର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଛି। ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଛି। ଏଥିରେ ୧୪ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡେପୁଟି କଲେକ୍ଟର ଚିତ୍ତରଂଜନଙ୍କ ଭୁବନେଶ୍ବର, ବାଲେଶ୍ବର, ସୋନପୁର ଓ ଜଗତସିଂହପୁର ଠିକଣାରେ ଚଢ଼ଉ ଜାରି ରହିଛି। ଚିତ୍ତରଂଜନଙ୍କ ଅଫିସ, ପୈତୃକ ଘର ଓ ସଂପର୍କୀୟଙ୍କ ଘର ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାର ରଖିଥିବା ‌ବେଳେ ଏଯାଏଁ ଡେପୁଟି କଲେକ୍ଟରଙ୍କ ସଂପତ୍ତି ତାଲିକା ପ୍ରସ୍ତୁତ ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍ ଛାନଭିନ୍ ଚଳାଇଛନ୍ତି। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘର ଏକା ସାଙ୍ଗରେ ଚଢଉ ଚାଲିଛି । ତେବେ ଏହି ଚଢ଼ାଉରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି ।

Related Posts