ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଳବାଇର କାର୍ଯ୍ୟରତ ଅଫିସରଙ୍କ ଘରେ ସିବିଆଇ ରେଡ କରୁଛି। ରେଳ କର୍ମଚାରୀ ପି.କେ ଜେନାଙ୍କ ଘରେ ଚାଲିଛି ସିବିଆଇ ରେଡ୍ । ଭୁବନେଶ୍ୱର ସମେତ ମୋଟ ୪ଟି ଜାଗାରେ ଚଢ଼ାଉ କରୁଛି ସିବିଆଇ। ଭୁବନେଶ୍ୱରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ଜାଗାରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ ।
ଭାରତୀୟ ରେଳବାଇରେ କାର୍ଯ୍ୟରତ ଅଫିସର ପି.କେ ଜେନାଙ୍କ ଘରେ ଚାଲିଛି ଛାନ୍ବିନ୍ । ଏହି ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଡିପୋଜିଟ୍, ପାସପୋର୍ଟ, ସୁନା ଗହଣା, ଗାଡ଼ି, ଜମିଜମା କାଗଜପତ୍ର ଓ ଫ୍ଲାଟର ସନ୍ଧାନ ପାଇଛି ସିବିଆଇ।
