ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ। ବୌଦ୍ଧ ଜିଲ୍ଲାରୁ ଦୁଇଟି ବାଘ ଛାଲ ଜବତ ହୋଇଛି। ବାଘ ଛାଲ କାରବାର ଅଭିଯୋଗରେ ହିମାଳୟ ଦାଶ ନାମକ ଜଣେ ବେପାରୀକୁ ଏସଟିଏଫ୍ ଗିରଫ କରିଛି।
ସୂଚନାନୁଯାୟୀ, ବୌଦ୍ଧ ସାଲୁକି ବ୍ରିଜ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବେପାରୀକୁ ମାଡ଼ିବସିଥିଲା ଏସଟିଏଫ୍। ବାଘ ଛାଲ କାରବାର ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ବୌଦ୍ଧ ବଡ଼ଗାଁର ହିମାଳୟ ଦାଶ। ଅଭିଯୁକ୍ତ ନିକଟରୁ ୨ଟି ବାଘ ଛାଲ ଜବତ ହୋଇଛି। ପରୀକ୍ଷା ପାଇଁ ଦୁଇଟି ବାଘ ଛାଲକୁ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ସୂଚନା ମିଳିଛି।





