କଳିଙ୍ଗ ଲାଇଭ ୱେବ ପୋର୍ଟାଲ ବିରୋଧରେ ବଢ଼ି ଚାଲିଛି ଅଭିଯୋଗ: ନକଲି ସାମ୍ବାଦିକ ଚିହ୍ନଟ କରିବାକୁ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ନେଇ ଚର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାମ୍ବାଦିକତା କରିବା ନାଁରେ ଚାଲିଥିବା ଅମାନବୀୟ କାଣ୍ଡର ଗୁମର ଫିଟୁଛି। ଏବେ ଧୀରେ ଧୀରେ ସେମାନଙ୍କ ଅସଲ ଚେହେରା ସାମ୍ନାକୁ ଆସୁଛି । କେନ୍ଦୁଝରର ବ୍ୟବସାୟୀଙ୍କୁ ଅପହରଣ କରି ମାଡ ମାରିବା ଘଟଣାରେ କଳିଙ୍ଗ ଲାଇଭ ୱେବ ପୋର୍ଟାଲର ୫ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ପରେ ସେମାନଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢିବାରେ ଲାଗିଛି । ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରି ମୋଟା ଅଙ୍କର ଟଙ୍କା ଆଦାୟ କରିବା ସଙ୍ଗେ ସଙ୍ଗେ ଏଭଳି ଅମାନବୀୟ କାଣ୍ଡ କରିଥିଲେ ପୋର୍ଟାଲର ସମ୍ପାଦକ, ସାମ୍ବାଦିକ ଓ କର୍ମଚାରୀମାନେ ।

ନକଲି ସାମ୍ବାଦିକଙ୍କୁ ନେଇ କଣ କହିଛନ୍ତି ମାଡ୍ରାସ ହାଇକୋର୍ଟ ?

ନକଲି ସାମ୍ବାଦିକଙ୍କ ଏଭଳି ପ୍ରାଦୁର୍ଭାବ ମଧ୍ୟରେ ମାଦ୍ରାସ ହାଇକୋର୍ଟଙ୍କ ଏକ ରାୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହାଇକୋର୍ଟ ନକିଲି ସାମ୍ବାଦିକଙ୍କୁ ଚିହ୍ନଟ କରିବା ପାଇଁ କହିଛନ୍ତି । ତିନି ମାସ ମଧ୍ୟରେ ତାମିଲନାଡୁ ସରକାର ଏକ ପ୍ରେସ୍ କାଉନ୍ସିଲ୍ ଗଠନ କରିବା ମାଡ୍ରାସ ହାଇକୋର୍ଟ କହିଛନ୍ତି । କଂଗ୍ରେସ ନେତା ନରସିଂହ ମିଶ୍ର ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ଫେକ୍ ନେତା ତିଆରି ବନ୍ଦ ନହୁଏ ସେତେଦିନ ପର୍ଯ୍ୟନ୍ତ ଫେକ୍ ସାମ୍ବାଦିକ ତିଆରି ଚାଲିଥିବେ । ତେବେ ରାଜ୍ୟର ଏହି ଗୋଟିଏ ଘଟଣା ନୁହଁ ଏପରି ଅନେକ କଳଙ୍କିତ ଚରିତ୍ରକୁ ପୋଲିସ ଗିରଫ କରିଥିବା ନଜିର ରହିଛି ।

ସାମ୍ବାଦିକ ନାଁରେ କିଛି ଅମାନବୀୟ ଘଟଣାର ଉଦାହରଣ …

୨୦୨୦ ଅକ୍ଟୋବର ୨୬ରେ ଗିରଫ ହୋଇଥିଲେ ‘ଟାଇମ୍ସ ଓଡିଆ’ ୱେବ ପୋର୍ଟାଲର ସାମ୍ବାଦିକ କାହ୍ନୁ ଚରଣ ନାୟକ ଓ ନୃସିଂହ ବେହେରା

‘ଆଇଏୱାଇ’ ନ୍ୟୁଜର ସାମ୍ବାଦିକ ବିନାୟକ ବେହେରା ଓ ‘ଭିଜନ୍ ଟିଭି’ର ବିଶ୍ୱ ରଂଜନ ମହାନ୍ତି ଗିରଫ ହେଇଥିଲେ। ସେହିପରି ‘ଅନନ୍ୟା ନ୍ୟୁଜ୍’ର ଲକ୍ଷୀ୍ମକାନ୍ତ ସାହୁ ଓ ଗାଡି ଚାଳକ ବଳରାମ ବେହେରା ମଧ୍ୟ ଏମିତି ଏକ ଅଭିଯୋଗରେ ଗିରଫ ହୋଇଥିଲେ। ଜ୍ୟୋତି ଟ୍ରେଡର୍ସ ତେଲ କମ୍ପାନୀ ମାଲିକଙ୍କୁ ବ୍ଲାକମେଲିଂ କରିବା ସହ ବଟି ମାଗିବା ଅଭିଯୋଗରେ ଗିରଫ।

ସେହିପରି ୬ ଅଗଷ୍ଟ ୨୦୨୧ରେ ଗିରଫ ହୋଇଥିଲେ ୱେବ ସାମ୍ବାଦିକ ଚିତ୍ରସେନ ସାହୁ। ସେ ବଜ୍ରକାପ୍ତା ଚାଲାଣକାରୀଙ୍କ ଅଟୋକୁ ସୁରକ୍ଷା ଦେଉଥିବାରେ ସାହାଯ୍ୟ କରୁଥିଲେ ।

ମହିଳାଙ୍କ ଫଟୋକୁ ଏଡିଟ୍ କରି ଅଶ୍ଲୀଳ ଭିଡିଓରେ ଯୋଡି ବ୍ଲାକମେଲ କରୁଥିବା ଅଭିଯୋଗରେ ୨୫ ଜାନୁଆରୀ ୨୦୨୧ରେ ‘ଦୁର୍ନୀତି ଲାଇଭ୍’ର ମୁଖ୍ୟ ସୌମ୍ୟ ରଞ୍ଜନ ସାମନ୍ତରାୟ ଗିରଫ ହୋଇଥିଲେ। ସେ ବସ ମାଲିକଙ୍କ ଠାରୁ ଆରମ୍ଭ କରି ନେତା, ଯନ୍ତ୍ରୀ ଓ ଠିକାଦାରଙ୍କୁ ବଟି ମାଗୁଥିଲା

ସେହିପରି ୧୬ ଫେବ୍ରୁଆରୀ ୨୦୨୧ରେ ୱେବ ପୋର୍ଟାଲ ସାମ୍ବାଦିକ ସୁନିଲ ସାମନ୍ତରାୟ ଗିରଫ ହୋଇଥିଲେ। ବ୍ରହ୍ମପୁର ଏମକେସିଜିରେ ଆଡମିଶନ କରାଇବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। ୨୫ ଜୁଲାଇ ୨୦୨୧ରେ ୩ ଜଣ ୱେବ ସାମ୍ବାଦିକଙ୍କୁ ଗିରଫ କରିଥିଲା ଯାଜପୁର ଧର୍ମଶାଳା ପୋଲିସ। ସେମାନେ ଜାତୀୟ ରାଜପଥରେ ଗୋରୁ ବୋଝେଇ ଟ୍ରକକୁ ଅଟକାଇ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।

Related Posts