ମାନସଦାସର ସାରଥୀ ରୂପ ! ସାରଥୀଙ୍କ ଭଳି ଶହ ଶହ ଲୋକଙ୍କୁ ଦେଉଥିଲା ପ୍ରବଚନ, ମହିଳାଙ୍କ ପାଇଁ ଜାରି ହୋଇଥିଲା ଫତୁଆ, ବାହା ହେବେନି କି ଶଙ୍ଖା, ସିନ୍ଦୁର ପିନ୍ଧିବେନି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ମାନବବାଦ ସଙ୍ଗଠନର ମାନସ ଦାସ’ ର ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ତେବେ ଏହାରି ମଧ୍ୟରେ ମାନସ ଦାସର ସାରଥୀ ଷ୍ଟାଇଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଶହ ଶହ ଲୋକଙ୍କୁ ମଞ୍ଚରେ ବସି ପ୍ରବଚନ ଦେଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭଡିଓରେ ଦେଖିବାକୁ ମିଳୁଛି ଯେ, ତାକୁ (ମାନସ ଦାସ) ଗୁରୁଜୀ ବୋଲି ଲୋକେ ମାନିବେ ଏବଂ ସାରଥୀ ଭଳି ମାନ୍ୟବର ବୋଲି ସମ୍ବଧୋନ କରିବାକୁ ନିର୍ଦ୍ଦେଶ ଦିଆଯାଉଥିଲା । 

ସାରଥୀ ଯେଉଁଭଳି ଭାବେ ଲୋକ ମାନଙ୍କୁ ପାଖରେ ବସାଇ ପ୍ରବଚନ ଦେଉଥିଲା ଏବଂ ନିଜ ପାଖରେ ଆଧ୍ୟାତ୍ମିକ ଶକ୍ତି ଅଛି ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ ଠିକ୍ ସେହିପରି ମାନସ ଦାସ ମଧ୍ୟ ନିଜକୁ ଆଧ୍ୟାତ୍ମିକ ଶକ୍ତିର ଅଧିକାରି ବୋଲି ପରିଚିତ କରାଇ ଲୋକ ମାନଙ୍କ ମନରେ ନିଜ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ଚେଷ୍ଟା କରୁଥିଲା । ତେବେ ମାନସ କଥା ଯିଏ ପାଳନ କରୁ ନଥିଲା ତାକୁ ଅକଥନୀୟ ଦଣ୍ଡ ଦିଆଯାଉଥିଲା । ଏହାର ଭିଡ଼ିଓ ଏବେ ନିକଟରେ ଭାଇରାଲ ହେଉଥିଲା । ଯେଉଁଥିରେ ସେ ଦୁଇ ଜଣ ଆଦିବାସୀ ବାପା ଓ ପୁଅକୁ ମାନବବାଦ ସଙ୍ଗଠନରେ ଯୋଗ ନ ଦେବାରୁ କେମିତି ନିର୍ଦ୍ଦୟୀ ଭାବେ ମାଡ ମାରୁଥିଲେ। ଏବେ ଏହି ସାରଥୀ ଷ୍ଟାଇଲକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମାନସ ଦାସର ନିର୍ଦ୍ଦେଶ ଥିଲା ଯେ  , ମହିଳା ମାନେ ଶଙ୍ଖା ସିନ୍ଦୁର ଲଗାଇବେ ନାହିଁ , ମନ୍ଦିର ଯିବେ ନାହିଁ , ମହିଳାମାନେ ବିବାହ କରିବେନି , ପୁରୁଷଙ୍କ ବିବାହ ହେଲେ ବେଦୀ ହେବନି, କାହାର ମୃତ୍ୟୁ ହେଲେ ଶୁଦ୍ଧି ହେବେନି ଏବଂ ଚାକିରି କରିଥିଲେ ଅଧା ଦରମା ସଂଗଠନକୁ ଦେବେ। ମାନସ ଦାସର ଏଭଳି ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। 

ମାନସ ଦାସ ବିରୋଧରେ ଆହୁରି ଅନେକ ଗୁଡ଼ିଏ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ମାନସଙ୍କ ମାନବବାଦ ସଂଗଠନରେ ସାମିଲ ନହେବାରୁ ଗାଁରୁ ତଡ଼ା ଖାଇଛନ୍ତି ୬ ପରିବାର । ରମେଶ ନାୟକ, ସାଧୁ ନାୟକ, ଡମ୍ବରୁ ପ୍ରଧାନ, ଯୋଗୀ ପ୍ରଧାନ, ସର୍ବେଶ୍ୱର ପ୍ରଧାନ ଓ ଭୀମ ପ୍ରଧାନଙ୍କ ପରିବାର ଏବେ ମାନସ ଦାସଙ୍କ ଭୟରେ ଗାଁ ଛାଡ଼ି ବାହାରେ ରହୁଛନ୍ତି । ମିଳିଥିବା ସୂଚନା ମୁତାବକ ୨୦୧୪ ମସିହାରେ କାଜୁ ଜଙ୍ଗଲକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏ ଘଟଣା ସମ୍ପର୍କରେ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ସେତେବେଳେ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ମାନବବାଦୀ ସଂଗଠନରେ ସାମିଲ ହେବାକୁ ହେଲେ ନିୟମ ମାନିବାକୁ ପଡ଼ିବ ବୋଲି ଫତୱା ଜାରି କରିଛି ମାନସ ଦାସ । 

Related Posts