
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରୂପରା ରୋଡ ଠାରେ ଆଲେପି-ଧାନବାଦ ଟ୍ରେନରେ ଅଘଟଣ । ହଟାତ୍ ଚଳନ୍ତା ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଚଳନ୍ତା ଅବସ୍ଥାରେ ଟ୍ରେନରେ ନିଆଁ ଲାଗିଥିବା ଜାଣିପାରି କର୍ମଚାରୀମାନେ ଟ୍ରେନଟିକୁ ଅଟକାଇଥିଲେ ।
କର୍ମଚାରୀଙ୍କ ଉଦ୍ୟମ କ୍ରମେ ନିଆଁ ଲିଭାଯାଇଥିଲା । ତେବେ ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡ଼ିିଛି ।
ସେପଟେ ନିଆଁ କିପରି ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ନିଆଁ କୁ ନେଇ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।