ଏୟାର ଇଣ୍ଡିଆରୁ ଅଲଗା ହେଲା ଏଲାୟନ୍ସ ଏୟାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏୟାର ଇଣ୍ଡିଆରୁ ଅଲଗା ହେଲା ଏଲାୟନ୍ସ ଏୟାର । ଟାଟା ଗ୍ରୁପ୍ର ଏୟାରଲାଇନ୍ସ ଏୟାର ଇଣ୍ଡିଆ କହିଛି ଯେ, ଏଲାୟନ୍ସ ଏୟାର ଏବେ ତାର ସହାୟକ କମ୍ପାନୀ ରହିଲାନାହିଁ । ଏୟାର ଇଣ୍ଡିଆ ତାର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛି । ଏୟାର ଇଣ୍ଡିଆ ତାର ଯାତ୍ରୀମାନଙ୍କୁ କହିଛି ଯେ, ଯେଉଁ ଯାତ୍ରୀମାନଙ୍କ ନିକଟରେ ୯ ଅଙ୍କରୁ ଆରମ୍ଭ ହୋଇଯିବା ୪ ଅଙ୍କ ବିଶିଷ୍ଟ ବିମାନ ନମ୍ବରର ଟିକେଟ୍ ଅଛି ସେମାନଙ୍କ ବୁକିଂ ଏଲାୟନ୍ସ ଏୟାରର ଅଟେ ।

ସେହିଭଳି ୯ଆଇରୁ ଆରମ୍ଭ ହୋଇଥିବା ୩ ଅଙ୍କ ବିଶିଷ୍ଟ ବିମାନ ନମ୍ବରର ଟିକେଟ୍ ମଧ୍ୟ ସମାନ ଅଟେ । ଏହିଭଳି ଟିକେଟ୍ ବୁକିଂ ଥିବା ଯାତ୍ରୀମାନେ ଜାଣି ରଖିବା ଉଚିତ ଯେ ସେମାନଙ୍କର ବୁକିଂ ଏଲାୟନ୍ସ ଏୟାରର ଅଟେ । ଏୟାର ଇଣ୍ଡିଆ ଆହୁରି ମଧ୍ୟ କହିଛି ଯେ, ଅପ୍ରେଲ ୧୫ରୁ କମ୍ପାନୀ ଏଲାୟନ୍ସ ଏୟାର ସମ୍ବନ୍ଧିତ ବୁକିଂ ଏବଂ କାର୍ୟ୍ୟକୁ ପରିଚାଳନା କରିବନାହିଁ ।

Related Posts