ଏଣିକି ଡିଏଲ୍ ଆବେଦନକାରୀଙ୍କୁ ଆର୍‌ଟିଓ କାର୍ଯ୍ୟାଳୟରେ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ପରିବହନ ବିଭାଗ। ଏଣିକି ପ୍ରଶିକ୍ଷଣ ନେବା ପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) । ସଡ଼କ ସୁରକ୍ଷା ଓ ଫାଷ୍ଟ୍‌ଏଡ୍‌ ଆଦିରେ ସାମାନ୍ୟ ଜ୍ଞାନ ଆସିବା ପରେ ଯାଇ ଜଣେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ। ଫଳରେ ରାସ୍ତା ଘଟୁଥିବା ଦୁର୍ଘଟଣା ସବୁକୁ ଏଡ଼େଇ ଦେଇ ହେବ।

ଖୁବଶ୍ରୀଘ୍ର ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଆବେଦନକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଅନୁମତି ପାଇଁ ପରିବହନ କମିସନର ପରିବହନ ବିଭାଗକୁ ଚିଠି ଲେଖିଥିଲେ। ଗତକାଲି ବିଭାଗ ତରଫରୁ ଏନେଇ ଅନୁମତି ମିଳିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଲୋକଙ୍କୁ ସଡ଼କ ସୁରକ୍ଷା ଓ ପାଷ୍ଟ୍‌ଏଡ୍‌ ଆଦି ସଂପର୍କରେ ପ୍ରାଥମିକ ଜ୍ଞାନ ଦେବାକୁ ଏହି ପ୍ରଶିକ୍ଷଣ ଦିଆଯିବ। ରାଜ୍ୟରେ ଥିବା ସମସ୍ତ ଆର୍‌ଟିଓ ଅଫିସରେ ଏହା ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

Related Posts