ଚାକିରି ଦେଉଥିବାରୁ ଅମ୍ବାନୀ, ଆଡାନୀଙ୍କୁ ପୂଜା କରିବା ଆବଶ୍ୟକ: ବିଜେପି ସାଂସଦ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶର ବର୍ତ୍ତମାନ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛନ୍ତି । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ବେକାରୀଙ୍କ କଥା ସାମ୍ନାକୁ ଆସିଛୁ । ହେଲେ ନିର୍ବାଚନ ପ୍ରଚାର ସମୟରେ ବେକାରୀଙ୍କୁ ରୋଜଗାର ଦେବା ପ୍ରତିଶୃତି ଦେଇ ଅନେକ ରାଜନୈତିକ ଦଳ ଭୋଟ ହାତେଇବାରେ ଲାଗିଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଏହା ମଧ୍ୟରେ ସଂସଦର ବଜେଟ୍ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ତିନି ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର ଲୋକ ବେକାରୀ କାରଣରୁ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଉତ୍ତର ପରେ ବିରୋଧୀ ସାଂସଦମାନେ ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସେପଟେ ବିଜେପି ସାଂସଦ ରାଜ୍ୟସଭାରେ କହିଛନ୍ତି ଯେ ଅମ୍ବାନୀ ଏବଂ ଆଦାନୀଙ୍କୁ ପୂଜା କରାଯିବା ଉଚିତ୍। କାରଣ ସେମାନେ ଲୋକମାନଙ୍କୁ ଚାକିରି ଦେଉଛନ୍ତି ।

ଅନ୍ୟପଟେ ବେରୋଜଗାରକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ମଧ୍ୟରେ ଏହି ଆଲୋଚନାରେ ଭାଗ ନେଇଥିବା ବିଜେପି ସାଂସଦ କେଜେ ଆଲଫୋନ୍ସ କହିଛନ୍ତି ଯେ ଆପଣ ମୋତେ ପୁଞ୍ଜିପତିଙ୍କ ମୁଖପାତ୍ରର ବୋଲି ଆରୋପ ଲଗାଇପାରିବେ । ମୁଁ ସେହି ଲୋକଙ୍କ ନାମ ନେଉଛି ଯେଉଁମାନେ ଏହି ଦେଶରେ ଚାକିରି ସୃଷ୍ଟି କରିଛନ୍ତି । କାରଣ ଆପଣ ସେହି ଲୋକମାନଙ୍କର ନାମ ମଧ୍ୟ ଦେଇଛନ୍ତି । ରିଲାଏନ୍ସ ହେଉ, ଅମ୍ବାନୀ, ଆଦାନୀ, ଯିଏ ବି ହେଉ, ସେମାନଙ୍କୁ ପୂଜା କରାଯିବା ଉଚିତ୍ । କାରଣ ସେମାନେ ରୋଜଗାରର ସୁଯୋଗ ସୃଷ୍ଟି କରନ୍ତି । ଲୋକମାନେ ଅର୍ଥ ବିନିଯୋଗ କରୁଛନ୍ତି, ଅମ୍ବାନୀ ହୁଅନ୍ତୁ କିମ୍ବା ଆଦାନୀ ହୁଅନ୍ତୁ, ପ୍ରତ୍ୟେକ ଶିଳ୍ପପତି ଯିଏ ଏହି ଦେଶରେ ଟଙ୍କା ରୋଜଗାର କରନ୍ତି । ସେମାନେ ଚାକିରିର ସୁଯୋଗ ସୃଷ୍ଟି କରିଛନ୍ତି । ତେଣୁ ସେମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ବିଜେପି ସାଂସଦ କେଜେ ଆଲଫନ୍ସ କହିଛନ୍ତି । ଏହା ସହ ବିଶ୍ୱର ଅସମାନତା ଏକ ସତ୍ୟ।

ଦୁଇ ଜଣଙ୍କ ସମ୍ପତ୍ତି ବୃଦ୍ଧି ପାଇଛି ବୋଲି ବିରୋଧୀ କହିଛନ୍ତି। ଏଲୋନ୍ ମସ୍କର ସମ୍ପତ୍ତି ୧୦୧୬ ପ୍ରତିଶତ ବୃଦ୍ଧି ପାଇଛି। ଆପଣ ଏହା ବିଷୟରେ ଅବଗତ ଥିଲେ କି? ଗୁଗୁଲ୍ ପ୍ରତିଷ୍ଠାତା ଲ୍ୟାରି ପେଜ୍ ର ସମ୍ପତ୍ତି ମଧ୍ୟ ୧୨୬ ପ୍ରତିଶତ ବୃଦ୍ଧି ପାଇଛି । ବେଜୋସଙ୍କ ସମ୍ପତ୍ତି ମଧ୍ୟ ୬୭ ପ୍ରତିଶତ ବୃଦ୍ଧି ପାଇଛି । ଟପ ଟେନ ଲିଷ୍ଟର ସର୍ବଶେଷରେ ବିଲ ଗେଟ୍ସ ଅଛନ୍ତି । ତାଙ୍କର ସମ୍ପତ୍ତି ମାତ୍ର ୩୦ ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ଦୁନିଆର ତିନି ବିଲିୟନ ଲୋକ ଦିନକୁ ପାଞ୍ଚ ଡଲାରରୁ କମ୍ ରୋଜଗାର କରନ୍ତି। ତେଣୁ ବିଶ୍ୱର ଅସମାନତା ଏକ ସତ୍ୟ ବୋଲି ବିଜେପି ସାଂସଦ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts