ମୋ ସ୍ୱାମୀ ଗୁଣ୍ଡା ନା ମୱାଲି; ତାଙ୍କ ଉପରକୁ କାହିଁକି ଲାଠିଚାର୍ଜ କରାଗଲା?, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏପରି ପ୍ରଶ୍ନ କରିଛନ୍ତି ଜୟନ୍ତ ଚୌଧୁରୀଙ୍କ ପତ୍ନୀ; ଭାଇରାଲ ହେବାରେ ଲାଗିଛି ଏହାର ଭିଡିଓ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଲୋକାମାନଙ୍କ ପାଖକୁ ଯାଇ ପରସ୍ପରଙ୍କ ମଧ୍ୟରେ ବୟାନ ବାଜି କରୁଥିବାର ଦେଖିବାକୁ ମିଳୁଛି । କେତେବେଳେ ଶାସକ ଦଳ କରୁଛି ତ ଆଉ କେତେବେଳେ ବିରୋଧୀ ଦଳ କରିବାରେ ଲାଗିଛି । ଏହା ମଧ୍ୟରେ ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କ ପତ୍ନୀଙ୍କ ବୟାନ ସାମ୍ନାକୁ ଆସିଛି । ତାଙ୍କ ପତ୍ନୀ ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରୁଥିବାର ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ମୋ ପତି ଜଣେ ଗୁଣ୍ଡା କି ? ଆପଣ କାହିଁକି ତାଙ୍କ ଉପରକୁ ଲାଠି ମାଡ଼ କଲେ । ଅନ୍ୟପଟେ ଚୌଧୁରୀଙ୍କ ଏହି ଭିଡିଓ ଆରଏଲଡି ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରାଯାଇଛି। ଏହି ଭିଡିଓରେ, ସେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ଦେଖାଯାଉଛି । କାହିଁକି ମୋ ସ୍ୱାମୀ ଉପରକୁ ଲାଠି ମାଡ଼ କରାଗଲା ? ମୋ ସ୍ୱାମୀ ଗୁଣ୍ଡା ନା ମୱାଲି । ମୋ ସ୍ୱାମୀଙ୍କର ଭୁଲ କଣ ଥିଲା ? ଠିକ ଅଛି ଆପଣ କ୍ଷମତାରେ ଅଛନ୍ତି । ଆପଣ ଯାହା ଚାହିଁବେ କରିପାରିବେ । ଖାଲି ସମୟକୁ ଅପେକ୍ଷା କରନ୍ତୁ ପଶ୍ଚିମ ଉତ୍ତରପ୍ରଦେଶବାସୀ ଆପଣଙ୍କୁ ଏହାର ସଠିକ ଜବାବ ଦେବେ ବୋଲି କହିଛନ୍ତି ।

ସେପଟେ ଅକ୍ଟୋବର ୨୦୨୦ ରେ ଜୟନ୍ତ ଚୌଧୁରୀ ହାଥ୍ରାସର ଗ୍ୟାଙ୍ଗରେପ ପୀଡିତାର ପରିବାରକୁ ଭେଟିବାକୁ ଯାଉଥିଲେ। ତା’ପରେ ରାସ୍ତା ମଝିରେ ଜୟନ୍ତ ଚୌଧୁରୀଙ୍କ ସମେତ ପୁଲିସ ଅନ୍ୟନେତାମାନଙ୍କୁ ଲାଠି ଚାର୍ଜ କରିଥିଲା । ଯେତେବେଳେ ପୋଲିସ ଲାଠି ଚାର୍ଜ କରୁଥିଲେ । ସେତେବେଳ ଜୟନ୍ତ ଚୌଧୁରୀ କିଛି ଟିଭି ଚ୍ୟାନେଲମାନଙ୍କୁ ବିବୃତ୍ତି ଦେଉଥିଲେ । ଠିକ ଏହି ସମୟରେ ପୁଲିସ ଜୟନ୍ତ ଚୌଧୁରୀଙ୍କୁ ଲାଠି ମାରିବାକୁ ଯାଉଥିଲା । ଅବଶ୍ୟ, ଆରଏଲଡି କର୍ମୀମାନେ କୌଣସି ପ୍ରକାରରେ ଜୟନ୍ତ ଚୌଧୁରୀଙ୍କୁ କର୍ଡନ ତିଆରି କରି ଉଦ୍ଧାର କରିଥିଲେ । ଏହି ଘଟଣା ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଯଦି ଆପଣଙ୍କର ବାଡି ବ୍ୟବହାର କରିବାର ଅଧିକାର ଅଛି, ତେବେ ମୋର ଲୋକଙ୍କ ସହ ଠିଆ ହେବାର ଅଧିକାର ମୋର ଅଛି! ଆପଣ ଯେତିକି ଲାଠି ଚାର୍ଜ କରିବେ ଆମେ ସେତିକି ଏକାଠି ହେବୁ ବୋଲି ଆରଏଲଡି ମୁଖ୍ୟ ଜୟନ୍ତ ଚେହେରା କହିଛନ୍ତି ।

Related Posts