ଏଣିକି ଆମ୍ବୁଲାନ୍ସରେ ବାଜିବନି ସାଇରନ୍: ମଣିପୁର ସରକାରଙ୍କ ବଡ଼ ନିଷ୍ପତି


(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥିତିରେ ମଣିପୁର ସରକାର ବଡ଼ ନିଷ୍ପତି ନେଇଛନ୍ତି । ଏଣିକି ଆମ୍ବୁଲାନ୍ସରେ ଆଉ ବାଜିବନି ସାଇରନ୍ । କେବଳ ରାସ୍ତା ଅବରୋଧ ହେଲେ ହିଁ ସାଇରନ୍ ବଜାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମଣିପୁର ସରକାର । ତେବେ କୋଭିଡ ମହାମାରୀ ସମୟରେ ଚିନ୍ତା ଏବଂ ଆତଙ୍କ ହ୍ରାସ କରିବା ଉଦ୍ଦେଶ୍ୟରେ ମଣିପୁର ସରକାର ଏପରି ନିଷ୍ପତି ନେଇଛନ୍ତି ବୋଲି ସୂଚନା ମିଳିଛି । ଅନ୍ୟପଟେ ଆମ୍ବୁଲାନ୍ସ ସାଇରନ ବଜାଇବା ଫଳରେ ସାଧାରଣ ଲୋକ ଭୟଭୀତ ହେବା ସହ ସାମାଜିକ ଚିନ୍ତା ସୃଷ୍ଟି ହେଉଛି । ତେଣୁ ରାଜ୍ୟ ମେଡିକାଲ ନିର୍ଦ୍ଦେଶାଳୟ ଏକ ସ୍ମାରକପତ୍ରରେ ମୁଖ୍ୟ ଚିକିତ୍ସା ଅଧିକାରୀ, ଡାକ୍ତରୀ ଅଧୀକ୍ଷକ, ବେସରକାରୀ ଡାକ୍ତରଖାନାର କର୍ମଚାରୀ ଏବଂ ଆମ୍ବୁଲାନ୍ସ ଅପରେଟରମାନଙ୍କୁ ଆମ୍ବୁଲାନ୍ସ ସାଇରନ ନବଜାଇବା ପାଇଁ ଅନୁରୋଧ କରିଛନ୍ତି । କେବଳ ରାସ୍ତା ଅବରୋଧ ହେଲେ ହିଁ ସାଇରନ୍ ବଜାଇବା ପାଇଁ ପଡିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାର ମେ 8 ରେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଉକ୍ରୁଲ, ଥୁବାଲ, କାଚଚିଂ ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଥିଲେ। ଅନ୍ୟପଟେ ଗତ ୨୪ ଘଣ୍ଟାରେ ମଣିପୁରରେ 624 ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋଭିଡ ମୃତ୍ୟୁ 40,683 କୁ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ 612 କୁ ପହଞ୍ଚିଛି ।

Related Posts