ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ବରଗୀ ଜଳାଶୟରେ ଘଟିଥିବା ମର୍ମନ୍ତୁଦ କ୍ରୁଜ୍ ଦୁର୍ଘଟଣାକୁ ନେଇ ଚର୍ଚ୍ଚା । ଏହା ମଧ୍ୟରେ ପଦାରେ ପଡ଼ିଛି ପ୍ରଶାସନିକ ଅବହେଳା । ତେବେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ କ୍ରୁଜ୍ ଭିତରେ ଦ୍ରୁତ ଗତିରେ ପାଣି ପଶିବାକୁ ଲାଗିଲା ଏବଂ ବୋଟ୍‌ଟି ବୁଡ଼ିବା ଅବସ୍ଥାକୁ ଆସିଲା, ସେତେବେଳେ ଯାଇ ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ବଣ୍ଟାଗଲା। ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଏହି ଭାଇରାଲ ଭିଡ଼ିଓରେ ଦୁର୍ଘଟଣାର ଭୟାବହତା, ପ୍ରଶାସନିକ ଅବହେଳା ଏବଂ ଯାତ୍ରୀଙ୍କ ଶେଷ ମୁହୂର୍ତ୍ତର ସଂଘର୍ଷକୁ ପଦାରେ ପକାଇଛି।