୧୦୦ ବର୍ଷର ଭୟଙ୍କର ବିପତ୍ତି ମଧ୍ୟରେ ଏହି ବଜେଟ ନୂଆ ବିଶ୍ୱାସ ନେଇ ଆସିଛି: ମୋଦି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୨ ଉପସ୍ଥାପିତ କରିଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଏହି ବଜେଟ ୧୦୦ ବର୍ଷର ଭୟଙ୍କର ବିପତ୍ତି ମଧ୍ୟରେ ଏହା ବିକାଶର ନୂଆ ବିଶ୍ୱାସ ନେଇ ଆସିଛି । ଏହି ବଜେଟ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ସହ ସାଧାରଣ ଜନତାଙ୍କ ପାଇଁ ଅନେକ ନୂଆ ଅବସର ନିର୍ମାଣ କରିବ । ଏହା ସହ ଏହା ୧୦୦ ବର୍ଷର ବିଶ୍ୱାସର ବଜେଟ । ବଜେଟକୁ ନେଇ ଲୋକମାନଙ୍କର ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ବଜେଟରେ ସମ୍ପୂର୍ଣ୍ଣ ଫୋକସ ଗରିବଙ୍କ କଲ୍ୟାଣ ଉପରେ ଦିଆଯାଇଛି । ଏହାଦ୍ୱାରା ରୋଜଗାରର ସମ୍ଭାବନା ବଢ଼ିବ ।

ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ଉତ୍ତରାଖଣ୍ଡ ଭଳି ରାଜ୍ୟ ଉପରେ ଧ୍ୟାନ ଦିଆଯାଇଛି । କେବଳ ଏତିକି ନୁହେଁ ବରଂ ଏହି ବଜେଟ ଅଧିକ ଇନଫ୍ରାଷ୍ଟକଚର, ଅଧିକ ଇନଭେଷ୍ଟମେଣ୍ଟ, ଅଧିକ ଗ୍ରୋଥ ଓ ଅଧିକ ନିଯୁକ୍ତିର ନୂଆ ସମ୍ଭାବନାରେ ଭରପୁର ରହିଛି । ଏହାଦ୍ୱାରା ଗ୍ରୀନ ଜବ୍ସର ବି କ୍ଷେତ୍ର ଖୋଲିବ । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର, ନର୍ଥ ଇଷ୍ଟ ଭଳି ସ୍ଥାନ ଲାଗି ପ୍ରଥମଥର ଦେଶରେ ପର୍ବତମାଳା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ପାହାଡ ଉପରେ ଟ୍ରାନ୍ସପୋଟେଶନ ଆଧୁନିକ ବ୍ୟବସ୍ଥାର ନିର୍ମାଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Related Posts