‘ରାମ ମନ୍ଦିର ନେଇ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାହୁଲ’

ରାମ ମନ୍ଦିର ନିର୍ମାଣ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ବାନ ଦେଇଛନ୍ତି ବିଜେପି ସଭାପତି ଅମିତ ଶାହା । ଡେରାଡୁନରେ ଜନସଭାରେ ଶାହ କହିଛନ୍ତି, ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସ ଅଯଥା ହୋହଲ୍ଲା ସ୍ଥିତି ସୃଷ୍ଟି କରୁଛି । ରାହୁଲ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଚାହୁଁଛନ୍ତି ନା ନାହିଁ ସେ ନେଇ ସ୍ପଷ୍ଟ କରନ୍ତୁ ।

ଏଥିସହିତ ଲୋକସଭାରେ କାମଚଳା ବଜେଟ ଆଗତ ବେଳେ ରାହୁଲଙ୍କ ମୁହଁରେ ହସ ଉଭେଇଯିବା ଏବଂ ବିବ୍ରତ ହେବା ନେଇ ଶାହ କଟାକ୍ଷ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କୃଷକଙ୍କ ପାଇଁ କେନ୍ଦ୍ରର ଆର୍ଥିକ ସହାୟତା ଘୋଷଣାକୁ ରାହୁଲ କାହିଁକି ପ୍ରଶଂସା କରିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶାହ । ଅମିତ ଶାହଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ରାଜ ବବ୍ବର । ସେ କହିଛନ୍ତି ବଜେଟ୍‌ରେ ମୋଦି ସରକାର ଚାଷୀଙ୍କୁ ଲଲିପପ୍‌ ଧରାଇ ଦେଇଛନ୍ତି ।

Related Posts