ମୋଦିଙ୍କ ରାଲିରେ ଦଳାଚକଟା ସ୍ଥିତି, ଅଧାରୁ ଭାଷଣ ବନ୍ଦ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ ଠାକୁରନଗରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭାଷଣକୁ ଅଧାରୁ ବନ୍ଦ ରଖିବାକୁ ବାଧ୍ୟ ହେଲେ ।

ଠାକୁରନଗରରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଉପସ୍ଥିତ ଲୋକେ ଅଭିବାଦନ ଜଣାଇଥିଲେ । ମାତ୍ର ଯେଉଁ ପଡିଆରେ ସଭା ଆୟୋଜନ କରାଯାଇଥିଲା, ତାର କ୍ଷମତାଠାରୁ ଢେର ଅଧିକ ସଂଖ୍ୟାରେ ଲୋକ ସଭାରେ ଠୁଳ ହୋଇଥିଲେ । ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏଥିରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପରିସ୍ଥିତି ଦେଖି ପ୍ରଧାନମନ୍ତ୍ରୀ ଲୋକଙ୍କୁ ଶୃଙ୍ଖଳାର ସହ ଆଚରଣ କରିବାକୁ ଅନୁରୋଧ କରିଥିଲେ । ଏହା ସତ୍ତ୍ୱେ ହୋହଲ୍ଲା ଜାରି ରହିଥିଲା ।

ପରିସ୍ଥିତି ଅଣାୟତ୍ତ ହେଉଥିବା ଲକ୍ଷ୍ୟ କରି ମୋଦି ମାତ୍ର ୧୪ ମିନିଟ୍‌ ଭାଷଣ ଦେଇଥିଲେ । ଏହାପରେ ସଭାରେ ଉପସ୍ଥିତ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଯୋଗାଇବା ଲାଗି ବିଜେପି କର୍ମୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା ।

Related Posts