
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯିବ ଶେଷ ଦିନିକିଆ ମ୍ୟାଚ୍ । ୱେଲିଂଟ୍ନରେ ଏହି ମ୍ୟାଚ୍ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟି ଦିନିକିଆରେ ସିରିଜରେ ଭାରତ ୩-୧ରେ ଆଗୁଆ ରହିଛି । ପ୍ରଥମ ତିନିଟି ମ୍ୟାଚ୍ ଜିତି ସିରିଜ୍ ଉପରେ କବ୍ଜା କରିଥିବା ବେଳେ ଚତୁର୍ଥ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ଶୋଚନୀୟ ପରାସ୍ତ ହୋଇଥିଲା ।
ତେବେ ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ କେତେକ ପରିବର୍ତ୍ତନ ହୋଇପାରେ । ଆହତ କାରଣରୁ ଦୁଇଟି ମ୍ୟାଚ୍ ଖେଳି ନଥିବା ମହେନ୍ଦ୍ର ସିଂହ ଧୋନି ରବିବାର ମ୍ୟାଚ୍ ଖେଳିବା ନିଶ୍ଚିତ । ପଦାର୍ପଣ ମ୍ୟାଚରେ ବିଫଳ ହୋଇଥିବା ଶୁଭମନ ଗିଲଙ୍କ ପାଖରେ ଆଉ ଏକ ସୁଯୋଗ ରହିଛି ।
ୱେଲିଂଟନରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ୬ଟି ମ୍ୟାଚ ଖେଳଥିବା ବେଳେ ୩ଟିରେ ଜିତିଥିବା ବେଳେ ଗୋଟିଏ ପରାଜୟ ଏବଂ ଦୁଇଟି ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ ।