ମୁମ୍ବାଇ ଗସ୍ତ ସମୟରେ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି, ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୃହମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଏହି ଗସ୍ତ ସମୟରେ ତାଙ୍କ ପାଖରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ପରିସ୍ଥିତିରେ ବୁଲୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ତେବେ ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ମୁମ୍ବାଇ ଗସ୍ତରେ ଥିବାବେଳେ ତାଙ୍କ ସୁରକ୍ଷାରେ ତ୍ରୁଟି ଦେଖାଯାଇଥିଲା ।

ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜକୁ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବୋଲି ପରିଚୟ ଦେଇ ସୁରକ୍ଷା ବଳୟ ଭିତରକୁ ପ୍ରବେଶ କରିଥିଲା । ବ୍ୟକ୍ତି ଜଣକ ଅନେକ ସମୟ ଧରି ଶାହାଙ୍କ ପାଖାପାଖି ବୁଲୁଥିବା ଦେଖାଯାଇଥିଲା । ତାଙ୍କୁ କେହି ଚିହ୍ନିନଥିବା ବେଳେ ତାଙ୍କର ଏପରି ବୁଲିବାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏଯାଏଁ ବ୍ୟକ୍ତିଙ୍କ ପରିଚୟ ନେଇ କିଛି ସଠିକ୍ ସୂଚନା ମିଳିପାରିନାହିଁ ।

Related Posts