ଶ୍ରୀଲଙ୍କା ସଙ୍କଟକୁ ନେଇ ଆଜି ଭାରତରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ନିର୍ମଳା ସୀତାରମଣ ଓ ଡ.ଏସ ଜୟଶଙ୍କର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାରେ ଜାରି ରହିଥିବା ସଙ୍କଟ ଉପରେ ଆଜି ବସିବ ସର୍ବଦଳୀୟ ବୈଠକ। ବୈଠକରେ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ସବୁ ପ୍ରମୁଖ ରାଜନୈତିକ ଦଳର ନେତା ସାମିଲ ହେବା ନେଇ ସୂଚନା ମିଳିଛି ।

ବୈଦେଶିକ ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଏହି ବୈଠକରେ ଶ୍ରୀଲଙ୍କା ସଙ୍କଟ ବିଷୟରେ ସମସ୍ତଙ୍କୁ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଶ୍ରୀଲଙ୍କାରେ ଏଭଳି ପରିସ୍ଥିତି ମଧ୍ୟରେ ଭାରତର ପକ୍ଷ କଣ ରହିବ ସେନେଇ ଏହି ବୈଠକରେ ଆଲୋଚନା ହେବ।

ସୂଚନା ଅନୁଯାୟୀ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ଜାରି ରହିଥିବା ପରିସ୍ଥିତିକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ତେବେ ତାମିଲନାଡ଼ୁର ସମସ୍ତ ରାଜନୈତିକ ଦଳ ଗୁଡ଼ିକ ଦ୍ବାରା ଏହି ଘଟଣାରେ ହସ୍ତକ୍ଷେପ କରାଯିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରାଯାଇଥିଲା। ଏହା ପରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିବାକୁ ନିର୍ଣ୍ଣୟ ନେଇଛନ୍ତି ।

Related Posts