ଗାୟକ କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ କୋର୍ଟରେ ଆବେଦନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗାୟକ କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ କୋର୍ଟରେ ଆବେଦନ । ତେବେ ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ କୋଲିକତା ହାଇକୋର୍ଟରେ ଆବେଦନ ହୋଇଛି। ଆଇନଜୀବୀ ରବିଶଙ୍କର ଚାଟାର୍ଜୀ ଏହି ଆବେଦନ କରିଛନ୍ତି। ଏହାପରେ କ୍ୟାଲକାଟା ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ପିଆଇଏଲ୍ ଦାଖଲ କରିବାକୁ ଅନୁମତି ଦେଇଛନ୍ତି।ବଲିଉଡର ସିଙ୍ଗର କେକେ ଗତ ମଙ୍ଗଳବାର ରାତିରେ କୋଲକାତାର ନଜରୁଲ ମଞ୍ଚରେ ଲାଇଭ ଶୋ’ ବେଳେ ଅସୁସ୍ଥ ହୋଇପଡିଥିଲେ।

ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ କୋଲକାତା ପୁଲିସ ନ୍ୟୁ ମାର୍କେଟ୍ ଥାନାରେ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା। ପୁଲିସ ଗାୟକଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ବିରୋଧୀ ରାଜନୈତିକ ଦଳ ଠାରୁ ଆରମ୍ଭ କରି କୋଲକାତା ରାଜ୍ୟପାଳଙ୍କ ଯାଏଁ କେକେଙ୍କ କାର‌୍ୟ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଛି।

Related Posts