ପଶ୍ଚିମବଙ୍ଗ ଦୁର୍ଗାପୂଜାକୁ ମିଳିଲା ୟୁନେସ୍କୋ ସ୍ୱୀକୃତି, ପ୍ରଥମଥର ପାଇଁ କୋଲକାତା ହାଇକୋର୍ଟ ପରିସରରେ ହେବ ଦୁର୍ଗାପୂଜା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗର ଦୁର୍ଗା ପୂଜାକୁ ଐତିହ୍ୟ ଭାବରେ ୟୁନେସ୍କୋ ସ୍ୱୀକୃତି ଦେଇଛି । ଏଭଳି ଏକ ଐତିହାସିକ ମୁହୂର୍ତ୍ତ ଅବସରରେ କୋଲକାତା ହାଇକୋର୍ଟ ପରିସରରେ ଦୁର୍ଗାପୂଜା ହେବାକୁ ଯାଉଛି । ଓକିଲ ସଂଗଠନ ହାଇକୋର୍ଟ କ୍ଲବ ଏହାର ୧୧୧ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶାରଦାତ୍ସୋବର ଆୟୋଜନ କରିବାକୁ ଯାଉଛି । ତୃଣମୂଳ ଲିଗାଲ ସେଲର ହାଇକୋର୍ଟ ଶାଖା ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ଲବ ସଭାପତି ଅଶୋକ ଧନ୍ଦନିଆ ବୁଧବାର ଏହା ଘୋଷଣା କରିଛନ୍ତି ।

ଏହାପରେ କ୍ଲବର ସାଧାରଣ ସମ୍ପାଦକ ଇମ୍‌ତିଆଜ ଅହମ୍ମଦ କହିଛନ୍ତି ଯେ, ବାଧନ ଠାରୁ ଆରମ୍ଭ କରି ସପ୍ତମୀ-ଅଷ୍ଟମୀ- ନବମୀ ଏବଂ ବିସର୍ଜନ, ସମ୍ପୁର୍ଣ୍ଣ ଉପାଚର ଅନୁଯାୟୀ ସମଗ୍ର ମାଙ୍ଗଳିକ କାର୍ଯ୍ୟସୂଚୀ ପାଳନ କରାଯିବ । ସଦସ୍ୟ ଆଇନଜୀବୀମାନଙ୍କ ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯିବ । ହାଇକୋର୍ଟର ତୃଣମୂଳ ଲିଗାଲ ସେଲର ସଂଯୋଜକ ତରୁଣ ଚଟ୍ଟୋପାଧ୍ୟାୟ କହିଛନ୍ତି, ପ୍ରଥମ ପୂଜା ପାଇଁ ମହିଳା ଆଇନଜୀବୀମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ପ୍ରତିମୂର୍ତ୍ତି ଟାଉନ ହଲ କମ୍ବା ଏହାର ନିକଟବର୍ତ୍ତୀ ଜୋନରେ ସ୍ଥାପନ ହେବ ବୋଲି ସୂଚନା ମିଳିଛି।

Related Posts