ଭାରତ-ମିଆଁମାର ସୀମାରେ ଉଗ୍ରବାଦୀ ଗୋଷ୍ଠୀଙ୍କ ଗୁଳି ବିନିମୟ, ଆସାମ ରାଇଫଲ୍ସର ଜଣେ ଆର୍ମି ଜେସିଓ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ-ମିଆଁମାର ସୀମାରୁ ଆସିଥିବା ଉଗ୍ରବାଦୀ ଗୋଷ୍ଠୀ ମଙ୍ଗଳବାର ଅରୁଣାଚଳ ପ୍ରଦେଶରେ ଏବଂ ପରେ ନାଗାଲାଣ୍ଡରେ ଆସାମ ରାଇଫଲ୍ସ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଅରୁଣାଚଳଠାରେ ମଙ୍ଗଳବାର ସକାଳେ ତିରାପ ଚାଙ୍ଗଲାଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି। ସେହି ସମୟରେ, ନାଗାଲାଣ୍ଡର ଡାନ ପାଙ୍ଗଶାରେ ମଧ୍ୟ ଏଭଳି ଘଟିଛି।ଅରୁଣାଚଳରେ ଗୁଳି ବିନିମୟରେ ଆସାମ ରାଇଫଲ୍ସର ଜଣେ ଜେସିଓ ଆହତ ହୋଇଛନ୍ତି। ଆସାମର ତେଜପୁରର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ଗୁଳି ବିନିମୟରେ ଜଣେ ଆର୍ମି ଜେସିଓ ସାମାନ୍ୟ ଆହତ ହୋଇଛି। ଏହା ଦ୍ୱାରା ଅନ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ।

ସେପଟେ ନାଗାଲାଣ୍ଡର ଇଣ୍ଡୋ-ମିଆଁମାର ସୀମାରେ ଥିବା ଡାନ ପାଙ୍ଗଶା ଅଞ୍ଚଳରେ ସନ୍ଦିଗ୍ଧ ମାଓବାଦୀ ଏବଂ ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ନୋକଲାକ ଜିଲା ଡେପୁଟି କମିଶନର ହିୟାଜୁ ମେରୁ କହିଛନ୍ତି ଯେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ।

Related Posts