ଇସ୍ତଫା ପରେ ନୀତିଶ କୁମାରଙ୍କ ପ୍ରତିକ୍ରିୟା; “ଆମେ ଏନଡିଏ ଛାଡିଦେଇଛୁ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ଇସ୍ତଫା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଆମେ ଏନଡିଏ ଛାଡିଦେଇଛୁ । ଏହା ସହ ନିଜ ପାଖରେ ୧୬୦ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିଛନ୍ତି । ଇସ୍ତଫା ପରେ ସେ ରାବିଡି ଦେବୀଙ୍କ ବାସଭବନରେ ପହଞ୍ଚିଛନ୍ତି ।ରାଜ୍ୟପାଳଙ୍କୁ ଇସ୍ତଫା ପରେ ସେ ତୁରନ୍ତ ତେଜସ୍ୱୀଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି ।

ତେବେ ୨୦୧୭ରେ ଜେଡିୟୁ ଏବଂ ଆରଜେଡିର ମେଣ୍ଟ ଭାଙ୍ଗିବା ପରେ ବର୍ତ୍ତମାନ ପୁଣି ମେଣ୍ଟ ହେବାକୁ ଯାଉଛି । ଦୀର୍ଘ ୫ ବର୍ଷ ସରକାରରୁ ବାହରେ ରହିବା ପରେ ଆରଜେଡି ସରକାରରେ ସାମିଲ ହେବାକୁ ଯାଉଛି । ଖୁବ୍ ଶୀଘ୍ର ୧୬୦ ବିଧାୟକଙ୍କ ସମର୍ଥନ ପତ୍ର ନେଇ ପୁଣି ନୀତିଶ ରାଜ୍ୟପାଳଙ୍କୁ ଭେଟିବେ ବୋଲି ସୂଚନା ମିଳୁଛି। ରାଜ୍ୟପାଳଙ୍କୁ ଭେଟି ମହା ଗଠାବନ୍ଧନ୍ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିବେ ନୀତିଶ।

Related Posts