ଭୁବନେଶ୍ୱର ରେଲୱେ ଷ୍ଟେସନରୁ ନିଖୋଜ ହେଲେ ଇଞ୍ଜିନିୟରିଂ ଛାତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ରେଲୱେ ଷ୍ଟେସନରୁ ନିଖୋଜ ହେଲେ ଇଞ୍ଜିନିୟରିଂ ଛାତ୍ରୀ । ତେବେ ନିଖୋଜ ଯୁବତୀ ଜଣଙ୍କ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାରେ ସ୍ୱିଟି ରାୟ। ସେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ। ସ୍ୱିଟିଙ୍କ ନିଖୋଜ ଥିବା ନେଇ ତାଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା ଭୁବନେଶ୍ୱର ରେଲୱେ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ସ୍ୱିଟି ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଆସି ଭୁବନେଶ୍ୱର ୬ ନମ୍ବର ପ୍ଲାଟଫର୍ମରେ ଓହ୍ଲାଇଥିଲେ। ଏନେଇ ସେ ତାଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ। ହେଲେ ତା’ପରଠୁ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା।

ସେପଟେ ସ୍ୱିଟିଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା କହିଛନ୍ତି, ଗତକାଲି ସ୍ୱିଟି ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ। ସନ୍ଧ୍ୟା ୮ଟା ୨୫ ମିନିଟ୍ରେ ଭୁବନେଶ୍ୱର ରେଲୱେ ଷ୍ଟେସନର ପ୍ଲାଟଫର୍ମରେ ୬ରେ ଓହ୍ଲାଇଥିଲେ। ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠୁ ସେ କୁଆଡ଼େ ଗଲେ ପତ୍ତା ମିଳୁ ନାହିଁ। ଝିଅ ନିଖୋଜ ନେଇ ଆମେ ପ୍ରଥମେ ନୟାପଲ୍ଲୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲୁ। ଏହା ଆମ ଥାନା ଅଧୀନରେ ଯାଉ ନାହିଁ, ତୁମେ ରେଲୱେ ପୁଲିସ ନିକଟରେ ଅଭିଯୋଗ କର ବୋଲି ସେମାନେ କହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts