ହେଟ୍ ପ୍ରୋପାଗାଣ୍ଡା ପ୍ରଚାର କରୁଥିବା ଅଭିଯୋଗରେ କଙ୍ଗନା ଙ୍କ ନାଁ ରେ ଏଫ୍ ଆଇ ଆର୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ହେଟ୍ ପ୍ରୋପାଗାଣ୍ଡା ପ୍ରଚାର ପ୍ରସାର କରିବା ଏବଂ ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ବଢାଇବା ଉଦ୍ଦେଶ୍ୟରେ ସେ ଇନଷ୍ଟାଗ୍ରାମରେ ଉତ୍ତେଜିତ ଭିଡିଓ ପୋଷ୍ଟ କରୁଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି।  ଟିଏମସି ମୁଖପାତ୍ର ରିଜୁ ଦତ୍ତା ଗୁରୁବାର ଅଲଟଡାଙ୍ଗା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ରିଜୁ ନିଜ ଟ୍ୱିଟର ଆକାଉଣ୍ଟରେ FIR ର କପି ସେୟାର କରି କହିଛନ୍ତି, “ମୁଁ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ବଙ୍ଗାଳରେ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହିତ କରିବା ପାଇଁ ହେଟ୍ ପ୍ରୋପାଗଣ୍ଡା ପ୍ରଚାର ଏବଂ ଆମର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାବମୂର୍ତ୍ତିକୁ ବିକୃତ କରିଥିବାରୁ ମୁଁ ଏଫ୍ଆଇଆର୍ ଦାଖଲ କରିଛି। ”

ସେ କଙ୍ଗନାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଅଭିଯୋଗରେ କହିଛନ୍ତି ଯେ, କଙ୍ଗନା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ  ହେଟ୍ ପ୍ରୋପଗାଣ୍ଡା ପ୍ରଚାରର ଅନେକ ପୋଷ୍ଟ  କରିଛନ୍ତି।  କଙ୍ଗନାଙ୍କୁ   ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି କରିବା ପାଇଁ ଘୃଣା ପ୍ରଚାର ବିରୁଦ୍ଧରେ ଦୋଷୀ ସାବ୍ୟସ୍ତ କରାଯିବା ଉଚିତ୍ । ବଙ୍ଗଳାରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ କଙ୍ଗନାଙ୍କ ହେଟ୍ ସ୍ପିଚ୍ ପୋଷ୍ଟ୍ ହେତୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିଲା। ଏବଂ ତା’ପରେ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ଆରମ୍ଭ କରିଥିଲେ। 

Related Posts