ଚନ୍ଦ୍ରବାବୁ ନାଇଡୁଙ୍କ ନାଁ ରେ ଏଫ୍ ଆଇ ଆର୍, କୋଭିଡ ଵାବଦରେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ସମଗ୍ର ଦେଶରେ ଦେଖାଦେଇଥିବା କୋଭିଡ୍ ସଙ୍କଟ ମଧ୍ୟରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ କରୋନାର ନୂତନ ଷ୍ଟ୍ରେନ୍ N440K କୁ ନେଇ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା 188 ଏବଂ 505 (1) (b) (2) ଏବଂ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 54 ଅନୁଯାୟୀ କୁର୍ନୁଲ 1 ଟାଉନ ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରାଯାଇଛି। କୁର୍ନୁଲ ସହରର ଏମ ସୁବାୟା ନାମକ ଜଣେ ବ୍ୟକ୍ତି ନାଇଡୁଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରି କହିଛନ୍ତି ଯେ N440K କରୋନାଭାଇରସ୍ ଷ୍ଟ୍ରେନ୍ ବର୍ତ୍ତମାନ ଅନ୍ୟ ଷ୍ଟ୍ରେନ୍ ତୁଳନାରେ ଅଧିକ ମାରାତ୍ମକ ବୋଲି କହି ସେଠାକାର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି । ଆନ୍ଧ୍ରପ୍ରଦେଶର କୁର୍ନୁଲରେ କୋଭିଡ୍ ର ନୂତନ ଷ୍ଟ୍ରେନ୍ ଚିହ୍ନଟ ହେବା ନେଇ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ସୃଷ୍ଟି କରୁଥିବା ଆତଙ୍କ କୁ ପରିବହନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପେର୍ନି ଭେଙ୍କଟାରାମାୟା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ନାଇଡୁ “COVID-19 ଅପେକ୍ଷା ଅଧିକ ବିପଜ୍ଜନକ” । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିରନ୍ତର ଚିକିତ୍ସା ସେବା ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି, କିନ୍ତୁ ନାଇଡୁ ସରକାରଙ୍କ ନାଁ ରେ ମିଥ୍ୟା ଅଭିଯୋଗ କରି ଲୋକଙ୍କ ମଧ୍ୟରେ ମିଥ୍ୟା ଗୁଜବ ପ୍ରଚାର କରି ଭୟଭୀତ କରୁଛନ୍ତି।  । “N440K ଜୀବାଣୁ ବିସ୍ତାର ଉପରେ କୌଣସି ଠୋସ୍ ପ୍ରମାଣ ନାହିଁ ଏବଂ ବରିଷ୍ଠ ବୈଜ୍ଞାନିକମାନେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ B.1.617 ବ୍ୟତୀତ ଦେଶରେ କୌଣସି ନୂତନ ମ୍ୟୁଟାଣ୍ଟ ଜୀବାଣୁ ନାହିଁ । ଚନ୍ଦ୍ରବାବୁ ନାଇଡୁ ଶସ୍ତା ରାଜନୀତି କରି ରାଜନୈତିକ ଫାଇଦା ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି”  ବୋଲି ସେ କହିଥିଲେ।

Related Posts