(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବେଙ୍ଗଲ ବିଜେପି ସଭାପତି ଦିଲୀପ ଘୋଷ ଘୋଷଣା କରିଛନ୍ତି ଯେ ପର୍ଯ୍ୟନ୍ତ ରାଜ୍ୟରେ ହିଂସା ଜାରି ରହିବ ସେ ପର୍ଯ୍ୟନ୍ତ ଦଳର ବିଧାୟକମାନେ ବିଧାନସଭା ଅଧିବେଶନରେ ଯୋଗଦେବେ ନାହିଁ। ଶନିବାର ବିଧାନସଭା ବାଚସ୍ପତି ନିର୍ବାଚନ ଠାରୁ ମଧ୍ୟ ଦଳ ଦୂରେଇ ରହିବ। ସେ କହିଛନ୍ତି ଏହା କେବଳ ଶନିବାର ପାଇଁ ନୁହେଁ । ରାଜ୍ୟରେ ଯେ ପର୍ଯ୍ୟନ୍ତ ନିର୍ବାଚନୀ ହିଂସା ବନ୍ଦ ନ ହେବ ସେ ପର୍ଯ୍ୟନ୍ତ ଆମେ ବିଧାନସଭା ଅଧିବେଶନରେ ଅଂଶଗ୍ରହଣ କରିବୁ ନାହିଁ ବୋଲି ଘୋଷ ଶୁକ୍ରବାର ଦିନ କହିଛନ୍ତି। ଘୋଷ ପାର୍ଟି ବିଧାୟକମାନଙ୍କୁ ନିଜ ନିର୍ବାଚନମଣ୍ଡଳୀକୁ ଫେରି ପାର୍ଟି କର୍ମୀ ଏବଂ ପୀଡିତଙ୍କ ପରିବାର ସହିତ ରହିବାକୁ କହିଛନ୍ତି । ସେ କହିଛନ୍ତି “ଆମ ଦଳର କର୍ମୀଙ୍କୁ ହତ୍ୟା କରାଯାଉଛି। ଅନେକଙ୍କୁ ନିଜ ଘର ଛାଡ଼ି ଯିବାକୁ ବାଧ୍ୟ କରାଯାଇଛି । ସେମାନେ ଘରକୁ ଫେରିପାରିବେ ନାହିଁ । ତେଣୁ ଆମକୁ ଏହି ଆତଙ୍କକୁ ଶେଷ କରିବାକୁ ପଡିବ। ଏହି ସଙ୍କଟରେ ଦଳର ନେତାମାନେ ସେମାନଙ୍କୁ ସମର୍ଥନ ଯୋଗାଇବା ଉଚିତ ବୋଲି ସେ କହିଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଗୃହ ମନ୍ତ୍ରଣାଳୟ ମଧ୍ୟ ଏକ ଟିମ୍ ପଶ୍ଚିମବଙ୍ଗ ପଠାଇଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ବେଙ୍ଗଲ ଗସ୍ତରେ ଆସି ହିଂସାରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ ଭେଟିଛନ୍ତି। ନିର୍ବାଚନୀ ହିଂସା କୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ ମଧ୍ୟ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ନେତା ମାନେ ଜନମତକୁ ଗ୍ରହଣ କରି ପାରୁ ନାହାନ୍ତି।
Related Posts
-
Copyright © SatyaPatha2021