ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଜଣେ ଆଇଏସ୍ ଆତଙ୍କବାଦୀ ରୁଷ୍‌ ରୁ ଗିରଫ

ନୂଆଦିଲ୍ଲୀ :ରୁଷ୍‌ରେ ଗିରଫ ହେଲା ଜଣେ ଆଇଏସ୍ ଆତଙ୍କବାଦୀ । ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ନେଇ ଆଇଏସ୍ ଆତଙ୍କବାଦୀକୁ ଗିରଫ କରାଯାଇଛି । ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣର ପାଇଁ ତାଲିମ ନେଇଥିଲା। ଖୁବ୍‌ଶୀଘ୍ର ଭାରତ ଆସି ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। କିନ୍ତୁ ତା’ର ସବୁ ଯୋଜନାକୁ ରୁଷ୍‌ର ସୁରକ୍ଷା ସଂସ୍ଥା ଏଫଏସବି ପଣ୍ଡ କରିଦେଇଛି।

ଏଫଏସବି ଅଫିସରଙ୍କ ଦ୍ବାରା ସମ୍ପୃକ୍ତ ଆଇଏସ୍‌ ଆତ୍ମଘାତୀ ଆତଙ୍କବାଦୀ ଅଟକ ଅଛି। ଆତଙ୍କବାଦୀ ଜଣକ ସବୁ ସତ ସ୍ବୀକାର କରିଛି। ଏଫଏସବି ସିଏସ୍‌ଓ ଉକ୍ତ ଆତ୍ମଘାତୀ ଆକ୍ରମଣକାରୀର ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଏହି ଭିଡିଓରେ ସେ ଭାରତରେ ଆକ୍ରମଣ କରିବାପାଇଁ ଯୋଜନା କରିଥିବା ମାନିଛି।

ଭିଡିଓରେ ସମ୍ପୃକ୍ତ ଆତଙ୍କବାଦୀ ଜଣକ କହୁଛି, ରୁଷ୍‌ରୁ ମୁଁ ଭାରତ ଯାଇଥାନ୍ତି। ଭାରତରେ ପ୍ରଫେଟଙ୍କୁ ଅପମାନିତ କରି ଦିଆଯାଇଥିବା ଟିପ୍ପଣୀ ପାଇଁ ଆଇଏସ୍‌ ନିର୍ଦ୍ଦେଶରେ ମୁଁ ଆକ୍ରମଣ କରିଥାନ୍ତି। ମୁଁ ଭାରତ ପହଞ୍ଚିବାପରେ ସେଠାରେ ମତେ ଆକ୍ରମଣ ଘଟାଇବାପାଇଁ ସମସ୍ତ ଆବଶ୍ୟକ ଜିନିଷ ମିଳିଥାନ୍ତା।

ସମ୍ପୃକ୍ତ ଆତଙ୍କବାଦୀ ଜଣକ କହୁଛି ମୋ ନାଁ ଆଜାମଭ ମାଶହଣ୍ଟ। ୧୯୯୨ରେ ମୁଁ ଜନ୍ମ ହୋଇଥିଲି। ଆଇଏସ୍‌ର ସଦସ୍ୟ ହେବାପରେ ମୁଁ ତୁର୍କୀରେ ତାଲିମ ନେଲି। ତୁର୍କୀରୁ ମୁଁ ରୁଷ୍‌ ଆସିଥିଲି ଏବଂ ଏଠାରୁ ଭାରତ ଯାଇଥାନ୍ତି। ଭାରତରେ ପ୍ରଫେଟ୍‌ଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦିଆଯାଇଥିବାରୁ ଏହାର ପ୍ରତିଶୋଧ ନେବାକୁ ଯାଇ ଆଇଏସ୍‌ ନିର୍ଦ୍ଦେଶରେ ମୁଁ ଆକ୍ରମଣ କରିଥାନ୍ତି।

Related Posts