ମୟୂରଭଞ୍ଜରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା; ୨ଜଣଙ୍କୁ ଅଟକ ରଖି ପୋଲିସର ଛାନଭିନ୍ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଜୈନେକ ବୃଦ୍ଧଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ଦିଆଯାଇଥିବା ଜଣାପଡିଛି । ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗଡିଆ ପଞ୍ଚାୟତ ଅଧୀନ ସାରଜମଡିହି ଗାଁରେ ଗତ ଶୁକ୍ରବାର ସଂଧ୍ୟାରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଫୁଟବଲ ଖେଳ ଦେଖିବା ପାଇଁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଗୁରୁବାରୀ ଙ୍କ ସ୍ବାମୀ ଠୁଙ୍ଗୁରୁ ସିଂ (୬୫) । ଗୁରୁବାରୀ ଏବଂ ପରିବାରର ଅନ୍ୟମାନେ ରାତିରେ ଘରକୁ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୁଣ୍ଡ ରୁ ଗଣ୍ଡି ଅଲଗା ହୋଇ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । କେହି ଅତି ବିଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିଲା ।

ଏପିରିକି ମୁଣ୍ଡରୁ ଗଣ୍ଡିକୁ ଅଲଗା କରାଯାଇଛି । ପରେ ପରିବାର ଲୋକେ ଏନେଇ ଖୁଣ୍ଟା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତ୍ୟୁ ଦେହର ମୁଣ୍ଡ ଗଣ୍ଡି କୁ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନି କୁକୁର ପହଞ୍ଚି ଛାନବିନ୍ ଯାରି ରହିଛି । ତେବେ ପୂର୍ବରୁ ମୃତ ଠୁଙ୍ଗୁରୁର ପୁତୁରା ସହ ଗୁଣି ଗାରେଡି ସନ୍ଦେହକୁ ନେଇ ବିବାଦ ହୋଇଥିବା ବେଳେ ଏହା ଗୁଣି ଗାରେଡି ସନ୍ଦେହରୁ ପୁତୁରା ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି । ସେପଟେ ଏହି ହତ୍ୟା ଘଟଣାରେ ଖୁଣ୍ଟା ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

Related Posts