ଦିଲ୍ଲୀ ଆଜାଦ ମାର୍କେଟରେ ଭୁଶୁଡିଲା ନିର୍ମାଣାଧୀନ କୋଠା; ୩ ଶ୍ରମିକ ମୃତ, ୬-୭ ଜଣ ତଳେ ଚାପି ହୋଇ ରହିଥିବା ଆଶଙ୍କା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଆଜାଦ ମାର୍କେଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଆଜାଦ ମାର୍କେଟରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି । ଏହି କୋଠା ଭୁଶୁଡି ପଡ଼ିବା ଫଳରେ ଏବେ ପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଶ୍ରମିକ ଏବେ ମଧ୍ୟ ତଳେ ଫସି ରହିଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି । ତେବେ ସନ୍ଦେହ କରାଯାଉଛି ଯେ ୬-୭ ଜଣ ଶ୍ରମିକ ଭୁଶୁଡ଼ି ପଡ଼ିଥିବା ଏହି ନିର୍ମାଣାଧୀନ କୋଠାର ଅଳିଆ ଗଦା ତଳେ ଫସି ରହିଛନ୍ତି ।କିଛି ଛୋଟ ପିଲା ମଧ୍ୟ ଏହି ଅଳିଆ ଗଦାରେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କୁହାଯାଉଛି ଯେ ଆଜାଦ୍ ମାର୍କେଟରେ ନିର୍ମାଣାଧିନ କୋଠା ଭୁଶୁଡିବା ଖବର ଆଜି (ଶୁକ୍ରବାର) ସକାଳ ପ୍ରାୟ ସାଢେ ୮ଟା ସମୟରେ ଅଗ୍ନିଶମ ବାହିନୀ ଦଳ ପାଇଥିଲେ । ଏହା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।

Related Posts