ବ୍ରହ୍ମପୁର ବଡ଼ବଜାର ଥାନା ଓମ୍ ନଗରରୁ ନକଲି ବିଦେଶୀ ମଦ ଜବତ

ବ୍ରହ୍ମପୁର : ଜବତ ହେଲା ନକଲି ବିଦେଶୀ ମଦ । ବ୍ରହ୍ମପୁର ବଡ଼ବଜାର ଥାନା ଓମ୍ ନଗରରୁ ନକଲି ବିଦେଶୀ ମଦ ଜବତ ହୋଇଛି । ଅତର୍କିତ ଭାବେ ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ ବିଭାଗ ଚଢାଉ କରିଥିଲା । ଫଳରେ ବିପୁଳ ପରିମାଣରେ ନକଲି ମଦ ଜବତ କରିଛି ।

ଗତ କିଛି ଦିନ ହେଲା ଏଠାରେ ଏଭଳି ମଦ ପ୍ରସ୍ତୁତ କରି ବ୍ୟବସାୟୀ ଚଲାଉ ଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି । ଘଟଣାର ଅଧିକ ଖୋଳତାଡ କରୁଛି ଅବକାରୀ ବିଭାଗ ।

ସୂଚନା ଥାଉକି ଗତି କିଛିଦିନ ହେବ ବ୍ରହ୍ମପୁରରେ ବେଧଡକ ଚାଲିଛି ନକଲି କାରବାର । ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ସାମଗ୍ରୀ ଜବତ ହୋଇଛି ।

Related Posts