ୟୁକ୍ରେନ ଗସ୍ତରେ ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ ବାଇଡେନ

ନୂଆଦିଲ୍ଲୀ: ମଦର୍ସ ଡେ ଅବସରରେ ରବିବାର ଅଚାନକ ୟୁକ୍ରେନ ଗସ୍ତରେ ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ ବାଇଡେନ। ଅଚାନକ ୟୁକ୍ରେନ ଗସ୍ତରେ ଯାଇଛନ୍ତି । ସେ ପଶ୍ଚିମ ୟୁକ୍ରେନରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଭୋଲଦିମିର ଜେଲଂସ୍କିଙ୍କ ପତ୍ନୀ ଓଲେନା ଜେଲଂସ୍କି ତାଙ୍କୁ ସ୍ୱାଗତ କରିଛନ୍ତି। ୟୁକ୍ରେନ ଉପରେ ଋଷିଆର ଆକ୍ରମଣରେ ଆମେରିକା ଫାଷ୍ଟ ଲେଡିଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ସେପଟେ ସେ ମଦର୍ସ ଡେ ଅବସରରେ ୟୁକ୍ରେନ ଆସିବାକୁ ଇଛୁକ ଥିଲେ ବୋଲି ନିଜେ ଜିଲ ବାଇଡେନ ଓଲେନାଙ୍କୁ କହିଛନ୍ତି।

ଜିଲ କହିଛନ୍ତି ଯେ ମୋତେ ଲାଗିଲା ୟୁକ୍ରେନ ଲୋକେ ଏହା ଦେଖନ୍ତୁ ଆମେରିକା ସେମାନଙ୍କ ସହ ଛିଡା ହୋଇଛି। ସୂଚନା ଅନୁସାରେ ଜିଲ୍‌ଙ୍କୁ ପଶ୍ଚିମ ୟୁକ୍ରେନ ସୀମା ସଲଗ୍ନ ସ୍ଲୋଭାକିଆର ଏକ ଗ୍ରାମୀଣ ବିଦ୍ୟାଳରେ ଓଲେନା ଜେଲଂସ୍କି ଭେଟିଛନ୍ତି। ଆମେରିକା ଓ ୟୁକ୍ରେନର ରାଷ୍ଟ୍ର ମୁଖ୍ୟଙ୍କ ପତ୍ନୀ ମାନେ ବିଦ୍ୟାଳୟର ଏକ ଛୋଟିଆ କକ୍ଷରେ ବସି ପରସ୍ପର ସହ କଥା ହୋଇଥିଲେ। ଏହି ସାକ୍ଷାତ ଆଲୋଚନା ଲାଗି ଜିଲ ପ୍ରାୟ ୨ ଘଣ୍ଟା କାଳ ୟୁକ୍ରେନରେ ରହିଥିଲେ।

ଓଲେନା ଜେଲଂସ୍କି ଆମେରିକୀୟ ଫାଷ୍ଟ ଲେଡିଙ୍କ ଏପରି ଦୁଃସାହାସିକ ପଦକ୍ଷେପ ଲାଗି ପ୍ରଥମେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ୟୁକ୍ରେନକୁ ଏପରି ସମୟରେ ଆସିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଓଲେନା କହିଥିଲେ ଯେ ଯୁଦ୍ଧକାଳରେ ଆମେରିକା ପ୍ରଥମ ମହିଳାଙ୍କ ଏଠାକୁ ଆସିବାର ଗୁରୁତ୍ୱ କେତେ ତାହା ତାହା ମୁଁ ଅନୁଭବ କରିପାରୁଛି। ସେ ଏପରି ଏକ ସମୟରେ ଏଠାକୁ ଆସିଛନ୍ତି ଯେତେବେଳେ ଏଠି ଦୈନିକ ସୈନ୍ୟ ଆକ୍ରମଣ ହେଉଛି।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଆମେରିକା ରାଷ୍ଟ୍ରପତି ପୋଲାଣ୍ଡ ଗସ୍ତ କାଳରେ ୟୁକ୍ରେନ ଆସି ପାରିନଥିଲେ। ସମ୍ଭବତଃ ସେତେବେଳେ ସୁରକ୍ଷାଗତ କାରଣ ଲାଗି ଏଠାକୁ ଆସିବାକୁ ତାଙ୍କୁ ଅନୁମତି ମିଳିନଥିଲା। ଏଣୁ ଏହି କଥାକୁ ନେଇ ସେତେବେଳେ ଜୋ ବାଇଡେନ ନିରାଶା ବ୍ୟକ୍ତ ମଧ୍ୟ କରିଥିଲେ। ନିକଟରେ ହ୍ୱାଇଟ୍ ହାଉସ୍ ପ୍ରଶାସନ ଏକ ବୟାନ ଜାରି କରି ଆମେରିକା ରାଷ୍ଟ୍ରପତି ୟୁକ୍ରେନ ଯିବାକୁ ଆଗ୍ରହୀ ବୋଲି କୁହାଯାଇଥିଲା।

Related Posts