
ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଅନେକ ସମୟରେ ନିଜ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ବେଳେ, ଯାହାକୁ ନେଇ ୟୁଜରସ ମଜାଳିଆ କମେଣ୍ଟ ଦିଅନ୍ତି । ତେବେ ଏବେ ତାଙ୍କର ଆଉ ଏକ ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଏକ ଟ୍ୱିଟକୁ ରି-ଟ୍ୱିଟ କରି ସରକାରଙ୍କୁ ନିବେଦନ କରିଛନ୍ତି।
ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ରାସ୍ତାର ଦୁଇ ପାର୍ଶ୍ୱରେ ଗଛ ଗୁଡିକୁ ଦେଖାଯାଉଛି। ଦୁରରୁ ଦେଖିଲେ ରାସ୍ତା ଏକ ସୁଡଙ୍ଗ ପରି ଦେଖାଯାଉଛି । ଆନନ୍ଦ ମହିନ୍ଦ୍ରା ଏହାକୁ ଟ୍ରନେଲ ବୋଲି କହିଛନ୍ତି।
ଆନନ୍ଦ ମହିନ୍ଦ୍ରା ଭିଡିଓକୁ ରିଟ୍ୱିଟ୍ କରି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଟ୍ୟାଗ କରିଛନ୍ତି ଏବଂ ଏହପରି କରିବାକୁ ନିବେଦନ କରିଛନ୍ତି। ଦେଶରେ ନୂଆ ଗ୍ରାମୀଣ ରାସ୍ତା ନିର୍ମାଣ ହେଉଛି, ଏହାର ପାର୍ଶ୍ୱରେ ଗଛ ଲଗାଇବାକୁ ସେ ଅପିଲ କରିଛନ୍ତି। ତାଙ୍କର ଏହି ଚିନ୍ତାଧାରା ଏବେ ଭାଇରାଲ ହୋଇଛି। ୟୁଜର୍ସ ମଧ୍ୟ ଟ୍ୱିଟ୍ କରି ନିଜ ନିଜର ମତ ଦେଇଛନ୍ତି।