ବିଜେଡି ଛାଡିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, କହିଲେ ବିକ୍ରି ହୋଇଛି ବିଜେଡି ଟିକେଟ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ): ବିଜେଡି ଛାଡିଲେ ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଦଳର ସୁପ୍ରିମୋଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଭାଗରଥୀ ଇସ୍ତଫାର କାରଣ ଦର୍ଶାଇ ନଥିଲେ ମଧ୍ୟ ଗଣମାଧ୍ୟମ ସାମ୍ନାରେ ଦଳ ତାଙ୍କର ଟିକେଟ କାଟିବାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ।

ନିଜ ପ୍ରତିକ୍ରିୟାରେ ଭାଗିରଥୀ କହିଛନ୍ତି ଯେ, କିଛି କୁଚକ୍ରୀଙ୍କ ପାଇଁ ତାଙ୍କର ଟିକେଟ କଟାଯାଇଛି । ଏପରିକି ଦଳର ଟିକେଟ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥିବା କହିଛନ୍ତି ଭାଗିରଥୀ।

ସୂଚନାଯୋଗ୍ୟ ଯେ, ଆନନ୍ଦପୁରରେ ବିଜେଡି ଏଥର ଅଭିମନ୍ୟୁ ସେଠୀକୁ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ଭାଗିରଥୀ। ସେ 2009 ଓ 2019ରେ ବିଜେଡି ଟିକେଟରୁ ଜିତିଥିଲେ। ହେଲେ ଏଥର ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।

Related Posts